spot_img

Latest Posts

୫୦ ବର୍ଷର ପୁରୁଣା ଷ୍ଟେସନରେ ରହୁନି ସୁପରଫାଷ୍ଟ ଏକ୍ସପ୍ରେସ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ଆଠଗଡ଼ : ଅବ୍ୟବସ୍ଥା ଘେରରେ ରେଲୱେ ଷ୍ଟେସନ । ୫୦ ବର୍ଷର ପୁରୁଣା ଷ୍ଟେସନରେ ରହୁନି ସୁପରଫାଷ୍ଟ ଏକ୍ସପ୍ରେସ । ଟ୍ରେନ ହଲ୍ଟ କରୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । କଟକ ଜିଲ୍ଲାର ଘଣ୍ଟିଖାଲ- ନିଧିପୁର ରେଲୱେ ଷ୍ଟେସନ ଉପରେ ଲକ୍ଷାଧିକ ଲୋକ ନିର୍ଭର କରନ୍ତି । ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁର, ବାଙ୍କୀର ହଜାର ହଜାର ଲୋକେ ଏହି ଷ୍ଟେସନ ଉପରେ ନିର୍ଭର କରନ୍ତି । ମାତ୍ର ଏହି ଷ୍ଟେସନରେ ଦୁଇଟି ଟ୍ରେନ, ଅନୁଗୁଳ – ପୁରୀ ପାସେଞ୍ଜର ଏବଂ ଖଡ଼ଗପୁର – ଖୋର୍ଦ୍ଧା ଏକ୍ସପ୍ରେସ ହଲ୍ଟ କରୁଛି । ଫଳରେ ସମ୍ବଲପୁର, ବଲାଙ୍ଗୀର, ରାଉରକେଲାକୁ ଯାତାୟତ କରିବାକୁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଘଣ୍ଟିଖାଲ- ନିଧିପୁର ରେଲୱେ ଷ୍ଟେସନ ଦେଇ ଇଣ୍ଟରସିଟି ଟ୍ରେନ ଯାଉଥିଲେ ମଧ୍ୟ ଏଠାରେ ହଲ୍ଟ କରୁନାହିଁ । ଯେଉଁ ଅନୁଗୁଳ – ପୁରୀ ପାସେଞ୍ଜର ଟ୍ରେନଟି ସକାଳ ୭.୫୪ ମିନିଟରେ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରୁଥିଲା ।  ତାହାର ସମୟ ପରିବର୍ତ୍ତନ ହୋଇଯାଇଛି । ଫଳରେ ଷ୍ଟେସନ ଠାରୁ ଦୂରରୁ ଆସୁଥିବା ଲୋକେ ବହୁ ହଇରାଣ ହେଉଛନ୍ତି । ପାସେଞ୍ଜର ଟ୍ରେନର ସମୟ ପରିବର୍ତ୍ତନ କରାଯିବା ସହ ଆଉ ତିନୋଟି ହଲ୍ଟ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।…

ଆଠଗଡ ବ୍ଲକରେ ଚାରି ଗୋଟି ଷ୍ଟେସନ ଥିଲେ ମଧ୍ୟ ସ୍ଥାନୀୟ ଲୋକେ ଉନ୍ନତମାନର ରେଳ ସେବା ପାଇବାରୁ ବଞ୍ଚିତ ଅଛନ୍ତି । ସାଧାରଣ ଲୋକେ ଘଣ୍ଟିଖାଲ-ନିଧିପୁର ଷ୍ଟେସନରେ ଆଉ ୩ଟି ହଲ୍ଟ କରିବା ପାଇଁ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ରେଲୱେ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଛନ୍ତି । କେବେ ଲୋକଙ୍କ ଦାବି ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

Latest Posts

Don't Miss