spot_img

Latest Posts

ଖୁବଶୀଘ୍ର ବଢ଼ିପାରେ ବିମାନ ଭଡ଼ା

ନନ୍ଦିଘୋଷ ବ୍ୟୁରୋ : ଖୁବଶୀଘ୍ର ବଢ଼ିପାରେ ବିମାନ ଭଡ଼ା । ଆଭିଏସନ ଟର୍ବାଇନ ଫୁଏଲ ଦର ବୃଦ୍ଧି ଘଟିବା ଯୋଗୁ ବିମାନ ଭଡ଼ା ବଢିବା ସମ୍ଭାବନା ସୃଷ୍ଟି ହୋଇଛି। କିଲୋଲିଟର ପିଛା ଏଟିଏଫ ଦର ୨ ଲକ୍ଷ ଟଙ୍କାରୁ ଅଧିକ ହେବାରୁ ଏହାର ପ୍ରଭାବ ପଡିଛି। ପଶ୍ଚିମ ଏସିଆ ସ୍ଥିତି ସଂଗୀନ ହେଉଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ତେବେ ସରକାର କହିଛନ୍ତି- ଭାରତରେ ଚଳାଚଳ କରୁଥିବା ବିମାନ ଉପରେ ଇନ୍ଧନର ଦର ବୃଦ୍ଧିର ପ୍ରଭାବ ଆଂଶିକ ପଡିବ। ଦରବୃଦ୍ଧି ଯୋଗୁ ଦିଲ୍ଲୀରେ ଏଟିଏଫ କିଲୋଲିଟର ପିଛା ଦର ହୋଇଛି ୨ ଲକ୍ଷ ୭ ହଜାର ୩୪୧ ଟଙ୍କା। ପୂର୍ବର ଦର ତୁଳନାରେ ଏହାର ଦର ୯୬ ହଜାର ୬୩୮ ଟଙ୍କା ଅଧିକ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି- ଏହି ବର୍ଦ୍ଧିତ ଦରକୁ ସମ୍ପୂର୍ଣ୍ଣ ଭାବେ ବିମାନ ଚଳାଚଳ ସଂସ୍ଥା ବହନ କରିବେ ନାହିଁ।

Latest Posts

Don't Miss