ଭାରତ ହେବ AI ହବ୍, ରିଲାଏନ୍ସ ଏବଂ Nvidia ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ

1 min read

ନୂଆଦିଲ୍ଲୀ : ଭାରତ ପୁଣିଥରେ ପୁରା ବିଶ୍ବରେ ନିଜର ପ୍ରାଧାନତ୍ବ  ବିସ୍ତାର କରିବାକୁ ଯାଉଛି  । ନୂଆ ଟେକ୍ନୋଲୋଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା AI ମାଧ୍ୟମରେ ଭାରତ ସାରା ବିଶ୍ବରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛି  । ଭାରତକୁ ଏହି ଟେକ୍ନୋଲୋଜିରେ ଏକ୍ସପର୍ଟସ୍ ହେବା ପାଇଁ ରିଲାଏନସ୍ କମ୍ପାନୀ ଏବଂ ବିଶ୍ବର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ NVIDIA ଏନଭିଡିଆର ପ୍ରତିଷ୍ଠାତା ଜେଏନସନ୍ ହୁଆଙ୍ଗ୍ AIର ଏକ ସମ୍ମିଳନୀରେ ମିଳିତ ଭାବରେ ଅଧ୍ୟକ୍ଷତା କରିବେ  ।

ମୁମ୍ବାଇର ଜିଓ କନଭେକ୍ସନ ହଲରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଟେକ୍ନୋଲୋଜି ଜଗତର ବଡ ବଡ କମ୍ପାନୀ ମାନେ ମଧ୍ୟ ଭାଗ ନେବେ  । ଏହି ସମ୍ମିଳନୀରେ ପରିବର୍ତ୍ତନ ଶିଳ୍ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା AIର ଭୂମିକା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ  । ଏହା ସହିତ କିଭଳି ଭାରତ ପୁରା ବିଶ୍ବରେ ଏକ ରୋଲ୍ ମଡେଲ୍ ଭାବରେ ଉଭା ହୋଇଛି ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ  । ସୂଚନା ଅନୁସାରେ , ଅଗଷ୍ଟରେ ରିଲାଏନ୍ସ ର ବାର୍ଷିକ ବୈଠକରେ ମୁକେଶ ଅମ୍ବାନୀ ଦେଶରେ  AI ଭିତ୍ତିଭୂମିର ବିକାଶ କରିବାକୁ ଅଧିକ ଗୁରୁତ୍ବ ଦିଆଯାଉ ବୋଲି କହିଥିଲେ  । ଏହା ସହିତ ଗୁଜୁରାଟର ଜାମନଗରରେ AI ଦ୍ବାରା ପ୍ରସ୍ତୁତ ଏକ ଡାଟା ସେଣ୍ଟର ନିର୍ମାଣ କରିବାକୁ ଘୋଷଣା କରିଥିଲେ  ।