ବିଶ୍ୱର ଦୀର୍ଘତମ ହାଇୱେ ଟନେଲ ‘ଅଟଳ ଟନେଲ’ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦି
1 min readମନାଲି: ହିମାଚଳ ପ୍ରଦେଶର ଚାମ୍ବା ଉପତ୍ୟାକାରେ ବହିବ ବିକାଶର ନୂଆ ଧାରା । ଲାହୋର ଘାଟିବାସୀଙ୍କ ପାଇଁ ବଡ଼ ଦିନ । ଲୋକାର୍ପିତ ହେଲା ବହୁପ୍ରତିକ୍ଷୀତ ଅଟଳ ଟନେଲ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋହତଙ୍ଗରେ ପହଞ୍ଚି ବିଶ୍ୱର ସବୁଠୁ ବଡ଼ ଟନେଲ୍ ଅଟଳ ଟନେଲର ଶୁଭ ଉଦଘାଟନ କରିଛନ୍ତି ।
#WATCH Prime Minister Narendra Modi inaugurates 9.02 km long Atal Tunnel that connects Manali to Lahaul-Spiti valley #HimachalPradesh pic.twitter.com/zAjGQj1sHH
— ANI (@ANI) October 3, 2020
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଅଛନ୍ତି । ଏହାସହ ଡିଫେନ୍ସ ଷ୍ଟାଫ ଚିଫ୍ ବିପିନ ରାୱତ ଓ ଚିଫ୍ ଜେନେରାଲ ଏମଏମ ନରୱାଣେ ଉପସ୍ଥିତ ଅଛନ୍ତି । ଟନେଲ ଲୋକାର୍ପଣ ପରେ ଟନେଲ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୀର୍ଘ ୨୦ ବର୍ଷ ପରେ ଆଜି ଅଟଳ ଟନେଲକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ।
Himachal Pradesh: Prime Minister Narendra Modi inaugurates Atal Tunnel at Rohtang. pic.twitter.com/A7bXMs6WSR
— ANI (@ANI) October 3, 2020
ଏହି ଟନେଲ ନିର୍ମାଣ ହେବା ଫଳରେ ଲେହ ଓ ମନାଲୀକୁ ୪୬ କିଲୋମିଟର ରାସ୍ତା ହ୍ରାସ ପାଇଛି । ଏଥିସହ ଯାତ୍ରା ସମୟ ମଧ୍ୟ ୪ରୁ ୫ ଘଣ୍ଟା କମିଛି । ଏଥିସହ ଏହା ଦ୍ୱାରା ସୀମାକୁ ସବୁଦିନିଆ ରାସ୍ତାର ବାଟ ଫିଟିଛି । ପୂର୍ବର ବରଫପାତ ପାଇଁ ବର୍ଷକୁ ୬ ମାସ ଘାଟି ରାସ୍ତା ବନ୍ଦ ହୋଇପଡୁଥିଲା ।
Himachal Pradesh: Prime Minister Narendra Modi at Atal Tunnel, Rohtang
It is the longest highway tunnel in the world built at an altitude of 3000 meters. The 9.02 Km long tunnel connects Manali to Lahaul-Spiti valley pic.twitter.com/yh2KmITCSB
— ANI (@ANI) October 3, 2020
ସମୁଦ୍ରପତ୍ତନର ୧୦ ହଜାର ଫୁଟ ଉଚ୍ଚତାରେ ନିର୍ମିତ ଏହି ଟନେଲର ଲମ୍ବ ୯ ଦଶମିକ ୨ କିଲୋମିଟର । ଯାହା ଜାତୀୟ ରାଜପଥରେ ନିର୍ମିତ ବିଶ୍ବର ଦୀର୍ଘତମ ଟନେଲ ଅଟେ । ଟନେଲର ସୁରକ୍ଷା ପାଇଁ ପ୍ରତି ୧୫୦ ମିଟର ଦୂରତାରେ ଟେଲିଫୋନ ଓ ୬୦ ମିଟର ଦୂରତାରେ ଅଗ୍ନି ନିରାପତ୍ତା ଯନ୍ତ୍ର ରଖାଯାଇଛି । ସେହିପରି ଟନେଲରେ ୨୫୦ଟି ସିସିଟିଭି ଲଗାଯାଇଛି । ୨୦୦୦ ମସିହା ଜୁନ ୩ ତାରିଖରେ ଏହାର ପରିକଳ୍ପନା କରାଯାଇଥିଲା । ପରେ ୨୬ ମେ ୨୦୦୨ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।