ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଅଧିକୃତ କାଶ୍ମୀର, POKରେ ସରକାରଙ୍କ ଏକ ବଡ଼ ନିଷ୍ପତ୍ତିକୁ ନେଇ ପୁଣି ଥରେ ବ୍ୟାପକ ହିଂସାକାଣ୍ଡ ଓ ଗଣଅସନ୍ତୋଷ ଦେଖାଦେଇଛି । ବିଭିନ୍ନ ଆର୍ଥିକ ତଥା ରାଜନୈତିକ ସମସ୍ୟାକୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇ ଆସୁଥିବା ନାଗରିକ ସଂଗଠନ ଜଏଣ୍ଟ ଆୱାମୀ ଆକ୍ସନ କମିଟି, JAAC ଉପରେ ସରକାର ସନ୍ତ୍ରାସବାଦ ବିରୋଧୀ ଆଇନ ବଳରେ ପ୍ରତିବନ୍ଧକ ଲଗାଇବା ପରେ ଏହି ଉତ୍ତେଜନା ପ୍ରକାଶ ପାଇଛି ।
ଆଜି ସମଗ୍ର ଅଞ୍ଚଳରେ ଏକ ବଡ଼ ଧରଣର ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହା ପୂର୍ବରୁ ହିଁ ରାୱାଲାକୋଟଠାରେ ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଭୟାବହ ସଂଘର୍ଷ ଘଟି ଅତିକମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।

