ନାଇଜେରିଆ ଚର୍ଚ୍ଚରେ ଭୟଙ୍କର ଗୁଳିକାଣ୍ଡ, ୫୦ ମୃତ

ନୂଆଦିଲ୍ଲୀ: ନାଇଜେରିଆରେ ଭୟଙ୍କର ଗୁଳିକାଣ୍ଡ । ରବିବାର ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଚର୍ଚ୍ଚରେ ଏହି ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ୫୦ ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ନାଇଜେରିଆର ଓଣ୍ଡୋ ରାଜ୍ୟର ସେଣ୍ଟ ଫ୍ରାନ୍ସିସ୍ କ୍ୟାଥୋଲିକ ଚର୍ଚ୍ଚରେ କିଛି ବନ୍ଧୁକଧାରୀ ପ୍ରବେଶ କରି ଅତର୍କିତ ଆକ୍ରମଣ କରିବା ପରେ ମହିଳା ଓ ଶିଶୁଙ୍କ ସମେତ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ଭୟଙ୍କର ଗୁଳିକାଣ୍ଡ ପରେ ଟ୍ୱିଟ୍‌ କରି ଓଣ୍ଡୋ ଗଭର୍ଣ୍ଣର ରୋତିମି ଆକେରେଡୋଲୁ କହିଛନ୍ତି ଯେ, ଘଟଣାରେ ଆମେ ଅତ୍ୟନ୍ତ ମର୍ମାହତ । ଶାନ୍ତି ଓ ସୌହାର୍ଦ୍ଦ୍ୟ ଉପରେ ଆକ୍ରମଣ ହୋଇଛି । ଅନ୍ୟପକ୍ଷରେ ଗୁଳିକାଣ୍ଡ ଯୋଗୁ ପ୍ରକୃତରେ କେତେ ପ୍ରାଣ ହରାଇଛନ୍ତି, ସେ ବାବଦରେ ସରକାରୀ ଭାବେ କିଛି ଘୋଷଣା କରାଯାଇ ନାହିଁ । କିନ୍ତୁ ୫୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି ।