୨୦୨୦ ଗଲୱାନ ସଂଘର୍ଷରେ ନଦୀରେ ଭାସି ଯାଇଥିଲେ ୩୮ ଚୀନ ଯବାନ: ରିପୋର୍ଟ

1 min read
At least 38 Chinese soldiers drowned in river during 2020 Galwan clash, claims report

ନୂଆଦିଲ୍ଲୀ: ପଦାକୁ ଆସୁଛି ଗଲୱାନ ସତ । ଧରା ପଡ଼ୁଛି ଚାଇନାର ମିଛ । ଗଲୱାନ ସଂଘର୍ଷରେ ଚୀନର କେତେ ଯବାନ ମରିଥିଲେ ? ପ୍ରଥମେ ବେଜିଂ କୌଣସି ଯବାନଙ୍କ ମୃତ୍ୟୁ ହୋଇନଥିବା କହିଥିଲା । ପରେ ୨୦୨୧ ଫେବ୍ରୁଆରୀରେ ୪ ଜଣଙ୍କୁ ମରଣୋତ୍ତର ଭାବେ ମେଡାଲ ଦେଇଥିଲା ଚୀନ । ଏବେ ଚୀନର ସେହି ମିଛକୁ ଧରା ପକାଇଛି ଅଷ୍ଟ୍ରେଲିଆର ନ୍ୟୁଜ୍ ପେପର ଦ କ୍ଲାକ୍ସନ୍ ।

ଗଲୱାନ ହିଂସାରେ ପିଏଲ୍ଏର ୩୮ ଜଣ ସୈନିକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା ସଂସ୍ଥା ଦାବି କରିଛି । ଜୁନ୍ ୧୫ ଓ ୧୬ ତାରିଖର ଅନ୍ଧାର ରାତିରେ ଗଲୱାନ ନଦୀ ପାର ବେଳେ ୩୮ ଜଣ ଚୀନ ସୈନିକ ଭାସି ଯାଇଥିବା ନେଇ ଅନୁସନ୍ଧାନ ମୂଳକ ଖବର ଚାପିଛି ଅଷ୍ଟ୍ରେଲିଆର ଖବରକାଗଜ । ସୋସିଆଲ୍ ମିଡିଆ ରିସର୍ଚ୍ଚ ଏବଂ କିଛି ଚାଇନିଜ୍ ବ୍ଲଗରଙ୍କୁ ଆଧାର କରି ସଂସ୍ଥା ଏଭଳି ରିପୋର୍ଟ ଦେଇଛି ।

୧୫ ଜୁନରେ କଣ ହୋଇଥିଲା ?

ଜୁନ୍ ୧୫ ରାତିରେ ଗଲୱାନ ଭ୍ୟାଲିରେ ଚୀନ-ଭାରତ ସୈନିକ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ସେବେଠୁ ଚୀନ ଯବାନ ମୃତାହତକୁ ଅସ୍ୱୀକାର କରି ଆସୁଥିଲା ।

Leave a Reply