ଲାହୋରରେ ବଡ଼ ଧରଣର ବିସ୍ଫୋରଣ; ୩ ମୃତ ଓ ୨୦ ଗୁରୁତର

ଲାହୋର: ପାକିସ୍ତାନ ଲାହୋରର ଅନାରକଲି ଅଞ୍ଚଳରେ ଗୁରୁବାର ଦିନ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲାହୋର ପୋଲିସର ମୁଖପାତ୍ର ରାଣା ଅରିଫ୍ ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଏପରିକି ବୋମାଟି ଏକ ମୋଟର ସାଇକେଲରେ ଲଗାଯାଇଥିଲା ବୋଲି ସୂଚନା ଦେଇଛନ୍ତି।

ଆମ ଟେକ୍ନିକାଲ୍ ଟିମ୍ ଯାଞ୍ଚ କରୁଛନ୍ତି । ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଅଧିକ କିଛି କୁହାଯାଇପାରିବ ବୋଲି କହିଛନ୍ତି ଲାହୋର ପୋଲିସର ଡିଆଇଜି ଅପରେସନ୍ ଅବିଦ ଖାନ୍। ଏହି ବିସ୍ଫୋରଣ ପାଇଁ ୧.୫ କିଲାେଗ୍ରାମର ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରାଯାଇଥିଲା । ପ୍ରାଥମିକ ରିପୋର୍ଟ ଅନୁଯାୟୀ ବିସ୍ଫୋରଣ ୧ଟା ୪୪ ମି.ରେ ହୋଇଥିଲା ବେଳେ ଗୋଟିଏ କୋଠା ଭାଙ୍ଗିବା ସହ ୮ଟି ମୋଟର ସାଇକେଲ୍ ପୋଡି ଯାଇଛି ।

Leave a Reply