ଦାନ୍ତେଓ୍ବାଡାରେ ବଡ଼ ଧରଣର ନକ୍ସଲ ଆକ୍ରମଣ, ୧୧ ଯବାନ ସହିଦ

ରାୟପୁର: ଛତିଶଗଡ଼ ଦାନ୍ତେଓ୍ବାଡାରେ ରକ୍ତମୁଖା ମାଓବାଦୀ । ନକ୍ସଲଙ୍କ ଦ୍ବାରା ଖଞ୍ଜାଯାଇଥିବା ଆଇଇଡି ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ୧୧ ଯବାନ । ଘଟଣାରେ ଗାଡ଼ିର ଡ୍ରାଇଭର ବି ପ୍ରାଣ ହରାଇଥିବା ସୂଚନା ମିଳିଛି । ଛତିଶଗଡ଼ ବସ୍ତର ଜିଲ୍ଲା ଅନ୍ତର୍ଗତ ଅରନପୁରରେ ଯବାନମାନେ ମାଓବାଦୀ ବିରୋଧୀ ଅଭିଯାନ ସାରି ଫେରିବା ବେଳେ ହୋଇଛି ହମଲା । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରାଯାଇଛି । ମୃତ ଯବାନମାନେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ବା ଡିଆରଜିର ସଦସ୍ୟ ଥିବା ସୂଚନା ମିଳିଛି । ଯବାନମାନେ ଆସିବା ବାଟରେ ପୂର୍ବରୁ ମାଓବାଦୀମାନେ ବିସ୍ଫୋରକ ଖଞ୍ଜିଥିବା ଆଶଙ୍କା କରାଯାଇଛି । ଏହି ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ନକ୍ସଲଙ୍କ ବିରୋଧରେ ଅଭିଯାନ ଜାରି ରହିବ ।