ବାଂଲାଦେଶକୁ ୨-୦ରେ ପରାସ୍ତ କରି ସିରିଜ୍ ଜିତିଲା ଭାରତ

1 min read

ଢାକା: ବାଂଲାଦେଶ ବିରୋଧରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ମୀରପୁର ଟେଷ୍ଟରେ ଭାରତ ୩ ଓ୍ୱିକେଟରେ ବିଜୟୀ ହୋଇଛି । ଏହି ବିଜୟ ସହ ଭାରତ ଏହି ସିରିଜକୁ ୨-୦ରେ ନିଜ ନାମରେ କରିଛି । ଦ୍ୱିତୀୟ ଟେଷ୍ଟକୁ ଜିତିବାକୁ ଭାରତ ଆଗରେ ୧୪୫ ରନର ବିଜୟ ଲକ୍ଷ୍ୟ ରହିଥିଲା । ଭାରତ ଏହି ଲକ୍ଷ୍ୟକୁ ୭ ଓ୍ୱିକେଟ ହରାଇ ନିଜ ନାମରେ କରିଥିଲା ।

ଢାକାରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ପ୍ରଥମ ବ୍ୟାଟିଂ କରି ପ୍ରଥମ ଇନିଂସରେ ବାଂଲାଦେଶ ମାତ୍ର ୨୨୭ ରନ କରି ଅଲଆଉଟ ହୋଇଥିଲା । ତେବେ ଭାରତ ପ୍ରଥମ ଇନିଂସରେ ୩୧୪ ରନ କରିଥିଲା । ଯାହାଫଳରେ ଭାରତ ପ୍ରଥମ ଇନିଂସରେ ୮୭ ରନ ଆଗରେ ରହିଥିଲା । ତେବେ ଦ୍ୱିତୀୟ ଇନିଂସରେ ବାଂଲାଦେଶ ମାତ୍ର ୨୩୧ ରନ କରି ଅଲଆଉଟ ହୋଇଥିଲା । ଯାହାଫଳରେ ଭାରତ ସାମ୍ନାରେ ୧୪୫ ରନର ବିଜୟ ଲକ୍ଷ୍ୟ ରହିଥିଲା ।

୧୪୫ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆ ଓହ୍ଲାଇଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କିନ୍ତୁ ଶ୍ରେୟସ ଆୟର ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତ ଏହି ମ୍ୟାଚ ଜିତିବାରେ ସଫଳ ହୋଇଛି ।  ତେବେ ଏହି ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିବାବେଳେ ଚେତେଶ୍ୱର ପୂଜାରାଙ୍କୁ ପ୍ଲେୟାର ଅଫ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।