ନୂଆ କାହାଣୀ ଲେଖିବେ ଭାରତର ମହାକାଶଚାରୀ ଶୁଭାଂଶୁ

1 min read

ନନ୍ଦିଘୋଷ ବ୍ୟୁରୋ : ମହାକାଶରେ ଏକ ନୂତନ ଅଧ୍ୟାୟ ଲେଖିବାକୁ ଯାଉଛି ଭାରତ। ଆସନ୍ତାକାଲି ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଆଣିଥିବା ଡ୍ରାଗନ୍ କ୍ୟାପସୁଲ୍ ତାଙ୍କୁ ISSକୁ ନେଇଯିବ । ଡ୍ରାଗନ୍ କ୍ୟାପସୁଲ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ମହାକାଶଚାରୀଙ୍କ ସହିତ ନିର୍ଦ୍ଧାରିତ ସମୟ ଅନୁସାରେ ISSକୁ ଉଡାଣ ଭରିବ।

ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆମେରିକାର କେପ୍ କାନାଭେରାଲରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ISSକୁ ଯାତ୍ରା କରିବେ। ଶୁଭାଂଶୁ ଶୁକ୍ଲାଙ୍କୁ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ୟାପସୁଲରେ ମହାକାଶକୁ ପଠାଯିବ । ଡ୍ରାଗନ୍ କ୍ୟାପସୁଲ୍ ସହିତ ମହାକାଶ ଯାତ୍ରା ସହଜ ଏବଂ ଶସ୍ତା ହୋଇଛି। ପୂର୍ବରୁ ଶୁଭାଂଶୁ ଶୁକ୍ଳା ଜୁନ୍ ୮ ତାରିଖରେ ISSକୁ ଯିବାର ଥିଲା। କିନ୍ତୁ ଏହି ତାରିଖକୁ ବଦଳାଇ ଜୁନ୍ ୧୧ ତାରିଖକୁ ପରିବର୍ତ୍ତନ କରାଯାଇଛି। ଶୁଭାଂଶୁଙ୍କୁ ଏହି ଯାତ୍ରା ପାଇଁ ସ୍ପେସ୍ ଏକ୍ସ ଏବଂ ଆକ୍ସିଅମ୍ ସ୍ପେସ୍ ଦ୍ୱାରା ସ୍ୱତନ୍ତ୍ର ତାଲିମ ଦିଆଯାଇଛି।

ISSରେ ପହଞ୍ଚିବା ପରେ ଶୁଭାଂଶୁ ଶୁକ୍ଳା ମୋଟ ୧୨ ଟି ପରୀକ୍ଷଣ କରିବେ। ଏଥିମଧ୍ୟରୁ ୭ଟି ପରୀକ୍ଷଣ ଭାରତୀୟ ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ୭ଟି ପରୀକ୍ଷଣ ଉଦ୍ଭିଦ ବିହନ ଏବଂ ମଣିଷ ଉପରେ ମାଇକ୍ରୋଗ୍ରାଭିଟିର ପ୍ରଭାବ ସହ ଜଡିତ। ଶୁଭାଂଶୁ ଶୁକ୍ଳା ଅନ୍ୟାନ୍ୟ ଜୈବିକ ପରୀକ୍ଷଣ ମଧ୍ୟ କରିବେ। ଏହା ବ୍ୟତୀତ ସେ ନାସା ପାଇଁ ଅନ୍ୟ ମହାକାଶଚାରୀଙ୍କ ସହିତ ମଣିଷ ସହିତ ଜଡିତ ଆଉ ୫ଟି ପରୀକ୍ଷଣ କରିବେ।