ପୃଥିବୀ ଆଡକୁ ମାଡିଆସୁଛି ବିପଦ, ଧ୍ୱଂସ ହୋଇଯିବ ଜନବହୁଳ ସହର !
1 min read
ନନ୍ଦିଘୋଷ ବ୍ୟୁରୋ : ମୁମ୍ୱାଇ ଓ କୋଲକତା ଆଡକୁ ମାଡି ଆସୁଛି ବିପଦ । ନିମିଷକେ ଧ୍ୱଂସ ହୋଇଯିବ ଜନବହୁଳ ସହର । ଏନେଇ ସତର୍କ କରାଇଛି ନାସା । ପୃଥିବୀ ଆଡକୁ ମାଡିଆସୁଛି ବିନାଶକାରୀ ଗ୍ରହାଣୁ ।
ମହାକାଶରୁ ବିନାଶର ଛାୟା ଘୋଟି ଆସୁଛି । ମୁମ୍ୱାଇ ଏବଂ କୋଲକାତା ସମେତ ବିଶ୍ୱର ଅନେକ ପ୍ରମୁକ ସହରକୁ ମାଡିଆସୁଛି ବିପଦ । ଆମେରିକା ସଂସ୍ଥା ନାସା ଏନେଇ ସତର୍କ କରାଇଛି। ନାସା କହିଛି ଯେ, 2024 YR4 ନାମକ ଏକ ଗ୍ରହାଣୁ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ଯଦି ଏହା ମୁମ୍ୱାଇ କିମ୍ୱା କୋଲକାତା ଭଳି ଜନବହୁଳ ସହରକୁ ଧକ୍କା ଦିଏ, ତେବେ ଏହା ଧ୍ୱଂସାବଶେଷରେ ପରିଣତ ହୋଇଯିବ । ଏହି ଗ୍ରହାଣୁ ପରମାଣୁ ବୋମା ଅପେକ୍ଷା ୫୦୦ ଗୁଣା ଅଧିକ ଶକ୍ତିଶାଳୀ ବୋଲି ବୈଜ୍ଞାନିକ ମତପ୍ରକାଶ କରିଛନ୍ତି।
ପୃଥିବୀରେ ଏହାର ସମ୍ଭାବ୍ୟ ଧକ୍କା ନେଇ ଚିନ୍ତା ପ୍ରକଟ ହୋଇଛି । ଯଦି ଏହା ପୃଥିବୀରେ ଧକ୍କା ଦିଏ ତେବେ ଏହା ପ୍ରଭାବରେ ପୂର୍ବ ପ୍ରଶାନ୍ତ ମହାସାଗର, ଉତ୍ତର-ଦକ୍ଷିଣ ଆମେରିକା, ଆଟଲାଣ୍ଟିକ ମହାସାଗର, ଆରବ ମହାସାଗର, ଏବଂ ଦକ୍ଷିଣ ଏସିଆର କିଛି ଅଂଶରେ ଏହାର କ୍ଷତି ଦେଖିବାକୁ ମିଳିବ । ବୈଜ୍ଞାନିକ ମାନେ ବିଶେଷ କରି ମୁମ୍ୱାଇ, କୋଲକାତା, ଢାକା, ଖାର୍ତୁମ ଭଳି ପ୍ରମୁଖ ସହରଗୁଡିକୁ ସତର୍କ କରାଇଛନ୍ତି ।
ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ, 2024 YR4 ଗ୍ରହାଣୁ ପ୍ରସ୍ଥ ୩୦୦ ଫୁଟ ହୋଇଥିବା ବେଳେ ଲମ୍ୱ ୧୩୦ ଫୁଟ ବୋଲି କୁହାଯାଉଛି । ଯଦି ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରେ, ତେବେ ଏହା ପ୍ରାୟ ୮ ମେଗାଟନ୍ TNT ସମକକ୍ଷ ଶକ୍ତି ନିର୍ଗତ କରିପାରିବ । ଏହାର ଶକ୍ତି ଏତେ ଯେ, ହିରୋସିମା ଉପରେ ପକାଯାଇଥିବା ପରମାଣୁ ବୋମା ଅପେକ୍ଷା ୫୦୦ ଗୁଣା ଅଧିକ ଧ୍ୱଂସକାରୀ ହୋଇଥାଏ ।