ପ୍ରଫେସର ଓ ସହକାରୀ ପ୍ରଫେସରଙ୍କୁ ରିଲିଭ କରିବାକୁ ନିର୍ଦ୍ଦେଶନାମା
ଭୁବନେଶ୍ବର: ୪ବର୍ଷର ଠିକା ଓ ଡେପୁଟେସନ କାର୍ଯ୍ୟକାଳ ଶେଷ ହୋଇଥିବା ସମସ୍ତ ପ୍ରଫେସର ଓ ସହକାରୀ ପ୍ରଫେସରଙ୍କୁ ତୁରନ୍ତ ରିଲିଭ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ସରକାରୀ ନିଷ୍ପତ୍ତି ଅନୁଯାୟୀ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ବା ଡିଏମ୍ଇଟି ପ୍ରଫେସର ଡାକ୍ତର ସଚିଦାନନନ୍ଦ ମହାନ୍ତିଙ୍କ କାର୍ଯ୍ୟାଳୟରୁ ଚିଠି ଜାରି ହୋଇଛି ।
ଆସନ୍ତା ୧୫ତାରିଖ ସୁଦ୍ଧା ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଷ୍ଟାଟସ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ଏଥିରେ ଖିଲାପ ହେଲେ ସମ୍ପୃକ୍ତ କଲେଜର ଡିନ ଓ ଅଧ୍ୟକ୍ଷ ଦାୟୀ ରହିବେ ବୋଲି ମଧ୍ୟ ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି।