ମାନସ ଅପହରଣ ଓ ହତ୍ୟା ମାମଲାରେ ମୁହଁ ଖୋଲିଲେ ସହଯୋଗୀ, କହିଲେ ପୂରା କାହାଣୀ

Associate Of Cameraman Manas Swain Said Story Of Kidnapping

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ମୃତ୍ୟୁ ମାମଲା । ଅପହରଣ ଓ ହତ୍ୟା ନେଇ ମୁହଁ ଖୋଲିଲି ମାନସଙ୍କ ସହଯୋଗୀ । ସେ ଦିନ ତାଙ୍କ ଆଖି ଆଗରେ ତାଙ୍କ ଉପସ୍ଥିତିରେ ମାନସଙ୍କ ଅପହରଣ ହୋଇଥିବା କହିଛନ୍ତି ମାନସଙ୍କ ସହଯୋଗୀ । ମାନସଙ୍କ ସହ ବାହାଘର ସୁଟିଂରେ ଚାନ୍ଦବାଲି ଯାଇଥିଲେ ଯୁବକ ଜଣକ । ଏହି ସମୟରେ ଶର୍ମିଷ୍ଠାଙ୍କ ଫୋନ୍ ଆସିଥିଲା । କେଉଁଠି ଅଛ ବୋଲି ପଚାରିଥିଲେ ଶର୍ମିଷ୍ଠା ।

Associate Of Cameraman Manas Swain Said Story Of Kidnapping

ଚାନ୍ଦବାଲିର ଠିକଣା ଦେବାପରେ ଶର୍ମିଷ୍ଠାଙ୍କ ସହ ଜଣେ ମହିଳା ଓ ୩ ଜଣ ଯୁବକ ପହଞ୍ଚିଥିଲେ । ଅଧବାଟରେ ଆମକୁ ଅଟକାଇଥିଲେ ଶର୍ମିଷ୍ଠା । ମାନସକୁ ଦୁଇ ଚାପୁଡ଼ା ମାରିଥିଲେ । ମେମୋରି ଚିପ୍ କଥା ପଚାରି ମାଡ଼ ମାରିଥିଲେ । ଜୋର ଜବରଦସ୍ତ ମୋ ମୋବାଇଲକୁ ଛଡ଼ାଇ ନେଇ ଯାଇଥିଲେ । ଏହାପରେ ବଳପୂର୍ବକ ମାନସଙ୍କୁ ଗାଡ଼ିରେ ବସାଇ ନେଇ ଯାଇଥିଲେ । ପରଦିନ ବାପାଙ୍କୁ ନେଇ ଶର୍ମିଷ୍ଠାଙ୍କ ଅଫିସ୍‌ ଯାଇ ଏକ ଚୁକ୍ତିନାମାରେ ସ୍ୱାକ୍ଷର କରି ନିଜ ମୋବାଇଲ ନେଇଥିବା କହିଛନ୍ତି ଯୁବକ ଜଣକ ।

କିନ୍ତୁ ମୋବାଇଲ ଆଣିବା ବେଳେ ସେ ମାନସଙ୍କୁ ଦେଖିନଥିବା କହିଛନ୍ତି । ଏଗ୍ରିମେଣ୍ଟରେ ମାନସ ସହ ସମ୍ପର୍କରେ ନ ରହିବାକୁ ଲେଖିଥିଲି । ଏହାସହ ସେଥିରେ ଅନ୍ୟାନ୍ୟ ସର୍ତ୍ତ ଉଲ୍ଲେଖ ରହିଥିଲା । ଶର୍ମିଷ୍ଠା ଏକ ସର୍ଟ ଭିଡିଓ ପ୍ରସ୍ତୁତ କରୁଥିଲେ । ସେଥିରେ ନିରଞ୍ଜନ ସେଠୀ ହିରୋ ଭୂମିକାରେ ଅଭିନୟ କରୁଥିଲେ । ନିରଞ୍ଜନଙ୍କ ସହ ଦୁଇ ଯୁବତୀ ଏକ ଗାଧୁଆ ସିନ୍‌ର ସୁଟିଂ କରୁଥିଲେ । ପୁରୀ ଯିବା ବେଳେ ଶର୍ମିଷ୍ଠା, ନିରଞ୍ଜନ ଓ ସମ୍ପୃକ୍ତ ଯୁବତୀ ଏକ କାର୍‌ରେ ଯାଇଥିଲେ ବୋଲି ମାନସଙ୍କ ସହଯୋଗୀ କହିଛନ୍ତି ।