ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ; ସହକାରୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ପାରଳାଖେମୁଣ୍ଡି: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଣେ ସହକାରୀ ଶିକ୍ଷକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଏପରିକି ତାଙ୍କ ବାସଭବନ ସମେତ ୧୧ଟି ସ୍ଥାନରେ ଚଢାଉ କରାଯାଉଛି ।

ସମ୍ପୃକ୍ତ ଶିକ୍ଷକଙ୍କ ନାମ ଦୁଷ୍ମନ୍ତ ନାୟକ ବୋଲି ଜଣାପଡିଛି । ସେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ଏ. ଏସ୍‌ ରାଉତପୁର ଗାଁ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ଅଛନ୍ତି ।

ଭିଜିଲାନ୍‌ସ ଟିମ୍ ପକ୍ଷରୁ ତାଙ୍କର ପାରଳାଖେମୁଣ୍ଡି ସ୍ଥିତ ୧୦ଟି ସ୍ଥାନ ଓ ଗୁଣପୁରର ଗୋଟିଏ ସ୍ଥାନରେ ଚାଲିଛି ଚଢ଼ାଉ। ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢାଉ କରାଯାଇଛି । ୧୬ଟି ଘରର ଦସ୍ତାବିଜ ୬ଟି ପ୍ଲଟ ସହ ବିପୁଳ ପରିମାଣର ସୁନା, ଟଙ୍କା ଓ ବିଦେଶୀ ମୁଦ୍ରା ଭିଜିଲାନ୍‌ସ ହାତରେ ଲାଗିଥିବା ଜଣାପଡିଛି ।

ତେବେ ଶ୍ରୀ ନାୟକଙ୍କର ୭ରୁ ଅଧିକ ଘର ସହ ସମ୍ପତ୍ତି ଥିବା ସୁରାକ୍‌ ପାଇଛି ଭିଜିଲାନ୍ସ ।

Leave a Reply