ଚାକିରିରୁ ବିଦା ହେଲେ ବିଜେପୁର RWSS ସେକ୍ସନର ସହକାରୀ ଯନ୍ତ୍ରୀ

1 min read

ବିଜେପୁର: ଚାକିରିରୁ ବିଦା ହେଲେ ବିଜେପୁର RWSS ସେକ୍ସନର ସହକାରୀ ଯନ୍ତ୍ରୀ ଉପେନ୍ଦ୍ରଭଞ୍ଜ ନାଏକ । ଏକ କେସ୍‌ର ବିଚାର ବେଳେ ମିଛ ତଥ୍ୟ ଉପସ୍ଥାପନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରିଥିଲା ଭିଜିଲାନ୍ସ  । ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗକୁ ସୁପାରିସ କରିଥିଲା ।

ଭିଜିଲାନ୍ସ ପକ୍ଷରୁ ଅନୁରୋଧ ପରେ ଉପେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଉପେନ୍ଦ୍ରଙ୍କ ଭୁଲ ତଥ୍ୟ ଯୋଗୁଁ ଛାଡ଼ ପାଇଯାଇଥିଲେ ଅଭିଯୁକ୍ତ ଆନନ୍ଦ ସରାଫ । ଆନନ୍ଦ ସେତେବେଳେ ବରଗଡ଼ ଡିଭିଜନର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଅଫିସର ବରିଷ୍ଠ କିରାଣି ଆନନ୍ଦ । ସୂଚନା ଅନୁସାରେ ୨୦୧୧ରେ ବରଗଡ଼ ସୋହେଲା RWSS ସେକ୍ସନରେ ଜେଇ ଥିଲେ ଉପେନ୍ଦ୍ରଭଞ୍ଜ । କିରାଣି ଆନନ୍ଦ ସରାଫଙ୍କ କେସ୍‌ରେ ଦେଇଥିବା ତଥ୍ୟ ବଦଳାଇ ଭୁଲ୍ ଦେଇଥିଲେ । ମିଥ୍ୟା  ତଥ୍ୟ ଦେଇ ଅଭିଯୁକ୍ତକୁ ଖସାଇ ଦେଇଥିଲେ ଉପେନ୍ଦ୍ରଭଞ୍ଜ ।