ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଗିରଫ କରି ଜେଲ ପଠାଇଲା ଭିଜିଲାନ୍ସ

ରାଉରକେଲା: ବନ୍ଧାହେଲେ ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ନାରାୟଣଙ୍କୁ ଗିରଫ କରି ଜେଲ ପଠାଇଛି । ନାରାୟଣଙ୍କର ୨କୋଟି ୩୩ ଲକ୍ଷ ଟଙ୍କା ସମ୍ପତ୍ତି ଠାବ କରାଯାଇଛି । ଗତ ୧୫ ଓ ୧୬ ତାରିଖରେ ତାଙ୍କ ଅଫିସ ଓ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ଏକ ସମୟରେ ଚଢାଉ କରାଯାଇଥିଲା । ସୁନ୍ଦରଗଡ଼ ସରକାରୀ ବାସଭବନ ଓ ଅଫିସ,  ଦେଵଗଡ଼ ଜିଲ୍ଲା ତାବଡ଼ା ଗାଁମରେ ଥିବା ପୈତୃକ ବାସଭବନ,  ଦେବଗଡ଼ ଜିଲ୍ଲା କେନ୍ଦୁଘାଟ ଗ୍ରାମରେ ଥିବା ଫାର୍ମ ହାଉସ ଓ  ଅନୁଗୁଳ ଶଶୁର ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସମୟରେ ଚଢ଼ାଉ କରାଯାଇଥିଲା ।

ଭିଜିଲାନ୍ସ ବିଭାଗର ୬ଟି ଟିମ ମୋଟ ୬ଟି ସ୍ଥାନରେ ଏକ ସମୟରେ ଚଢାଉ କରିଥିଲେ । ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ସମୟରେ ଏକ ଲକ୍ଷ ୫୪ହଜାର ନଗଦ ଟଙ୍କା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ୩୧ଟି ପ୍ଲଟ ଠାବ କରାଯାଇଛି । ଦେବଗଡ଼ ଜିଲ୍ଲାର କେନ୍ଦୁଘାଟରେ ୧୬ ଏକର ଜମିରେ ଥିବା ଫାର୍ମ ହାଉସ ଠାବ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

୫୮ ଲଷ ଟଙ୍କାର ଜୀବନ ବୀମା ଜମା, ବ୍ୟାଙ୍କ ଜମା ୧୮ ଲକ୍ଷ, ଦୁଇ ମହଲାର ଦୁଇଟି କୋଠା ଘର ଠାଵ କରାଯାଇଛି । ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Leave a Reply