ଭିଜିଲାନ୍ସ ଜାଲରେ ସହକାରୀ ଜିଲ୍ଲାପାଳ, ଏକାସାଙ୍ଗରେ ୫ଟି ସ୍ଥାନରେ ରେଡ୍‌

ରାଉରକେଲା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ରାଉରକେଲା ଏଡିଏମ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ରେଡ୍ । ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଏକ ସମୟରେ ୫ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଏକା ସାଙ୍ଗରେ ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ଦୁଇଟି ଘରେ ଚଢାଉ ଜାରି ରହିଥିବାବେଳେ ଭୁବନେଶ୍ୱର ଗୋଠପାଟଣା ଓ ଯାଜପୁର କଳିଙ୍ଗ ନଗର ଘରେ ଚଢାଉ ଜାରି ରହିଛି । ଏହାସହ ରାଉରକେଲା ଏଡିଏମ ଅଫିସରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ଭିଜିଲାନ୍ସ ବିଭାଗର ଏହି ଚଢାଉରେ ପାଞ୍ଚ ଜଣ ଡିଏମପି, ପାଞ୍ଚ ଜଣ ଇନ୍ସପେକ୍ଟର  ଜଣେ ଅତିରିକ୍ତ ଏସପିଙ୍କ ସହ ଭିଜିଲାନ୍ସ ବିଭାଗର ୨୫ ଜଣିଆ ଟିମ୍ ଚଢାଉ ଜାରି ରଖିଛନ୍ତି ।

Leave a Reply