ଆନ୍ଧ୍ର ଏବଂ ଓଡ଼ିଶା ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ହସ୍ତକ୍ଷେପ କରିବ ଗୃହ କମିଟି

Assembly Speaker Will Seek Report On Andhra Odisha Border Dispute

ଭୁବନେଶ୍ୱର: ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଚାଲିଥିବା ସୀମା ବିବାଦରେ ସ୍ଥାୟୀ ସମାଧାନ ପାଇଁ ହସ୍ତକ୍ଷେପ କରିବ ବିଧାନସଭା ଗୃହ କମିଟି । ଶୀତ ଅଧିବେଶନ ପରେ ଓଡ଼ିଶାର ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ସଂପର୍କିତ ରିପୋର୍ଟ ମାଗିବେ ବାଚସ୍ପତି । ରାଜସ୍ୱ ବିଭାଗକୁ ମଧ୍ୟ ମଗାଯିବ ରିପୋର୍ଟ । କମିଟିର ସବିଶେଷ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପଠାଯିବ ।

Assembly Speaker Will Seek Report On Andhra Odisha Border Dispute

ସୀମା ବିବାଦରେ ହସ୍ତକ୍ଷେପ କରିବ ଗୃହ କମିଟି । ରାଜସ୍ୱ ବିଭାଗକୁ ରିପୋର୍ଟ ମାଗିବେ ବାଚସ୍ପତି । ସରଜମିନ ରିପୋର୍ଟ ଦେବେ ଜିଲ୍ଲାପାଳ । କୋରାପୁଟ ଜିଲ୍ଲା ପଟାଙ୍ଗୀ ଉପରେ ଆନ୍ଧ୍ରର ହୁକୁମାତି ବଢ଼ିବାରେ ଲାଗିଛି । ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲା ଡ଼ୁମୁରିଗୁଡ଼ା ମଣ୍ଡଳ ଡ଼େକାପାରୁଓ କଲାପୁଟ ଗାଁର କିଛି ଲୋକ ଜବରଦସ୍ତ ସୁନାବେଡ଼ା ଗାଁ ଜଙ୍ଗଲ ଜମିରେ ଚାଷ କରୁଛନ୍ତି । ଗତବର୍ଷ କୋଟିଆରେ ଜନସେବା ନାଁରେ ଜମି ଅକ୍ତିଆର ପ୍ରୟାସ କରିଥିଲା ଆନ୍ଧ୍ର ।

Assembly Speaker Will Seek Report On Andhra Odisha Border Dispute

ବାଲେଶ୍ୱର ଜିଲ୍ଲା ତାଳସାରିରେ ପଶ୍ଚିମବଙ୍ଗ ସବୁ ସମୟର ନାଲିଆଖି ଦେଖାଇ ଆସୁଛି । ଔଷଧରୁ ଆରମ୍ଭ କରି ପଟ୍ଟା ବଣ୍ଟନରେ ହାତ ବଢାଉଛନ୍ତି ପଡ଼ୋଶୀ ରାଜ୍ୟର ଲୋକ ପ୍ରତିନିଧି । ଓଡ଼ିଶାର କିଛି ସୀମାନ୍ତ ଜିଲ୍ଲାରେ ପଡ଼ୋଶୀ ରାଜ୍ୟର ବୋର୍ଡ ଦେଖିବାକୁ ମିଳୁଛି । ଦୁଇ ରାଜ୍ୟର ଭୋଟର କାର୍ଡ ବି ରଖିଛନ୍ତି ସେଠାକାର ଲୋକ । ଏଥର ଆନ୍ଧ୍ରର ନଜର ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡ଼ା ଗାଁ ଉପରେ । ବିଧାନସଭା ଶୀତ ଅଧିବେଶନ ପରେ ଗୃହ କମିଟି ଏଥିରେ ହସ୍ତକ୍ଷେପ କରିବ । ଉଭୟ ରାଜସ୍ୱ ବିଭାଗ ଓ ଜିଲ୍ଲାପାଳଙ୍କୁ ଯାଞ୍ଚ କରି ରିପୋର୍ଟ ମଗାଯିବ ।

Assembly Speaker Will Seek Report On Andhra Odisha Border Dispute

ବର୍ତ୍ତମାନର ସୀମା ବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଧାନସଭାରେ ସୀମା ବିବାଦ ନେଇ ଯାହା ନିଷ୍ପତ୍ତି ନିଆଯିବ, ତାକୁ କେନ୍ଦ୍ର ସରକାରଙ୍କୁ ବିହିତ ପଦକ୍ଷେପ ପାଇଁ ପଠାଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଗତବର୍ଷ ନଭେମ୍ବର ମାସରେ ସୀମା ବିବାଦରେ ହସ୍ତକ୍ଷେପ କରିଥିଲା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି । କୋଟିଆରେ ପୋଲିସ ଥାନା ନିର୍ମାଣ ପାଇଁ ବାଚସ୍ପତି ସୂର୍ଯ୍ୟ ପାତ୍ର ନିର୍ଦ୍ଦେଶ ଦେଇଥିଲେ ।

Leave a Reply