spot_img

Latest Posts

କାହିଁକି ହୁଏ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ, ଜାଣନ୍ତୁ କ’ଣ ରହିଛି ନିୟମ…

ଭୁବନେଶ୍ୱର: ଦଳ ବଦଳ ନିୟମ ଅନୁସାରେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଥାଏ। ଜଣେ ବିଧାୟକ ଗୋଟିଏ ଦଳରୁ ନିର୍ବାଚିତ ହୋଇ ଦଳ ଛାଡ଼ିଲେ ସଭ୍ୟ ପଦ ରଦ୍ଦ ହୋଇପାରିବ । ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ଏକ ତୃତୀୟାଂଶ ବିଧାୟକ ଦଳ ଛାଡ଼ିଲେ ସଭ୍ୟ ପଦ ରଦ୍ଦ ହୋଇପାରବ ନାହିଁ । ଦଳରୁ ବହିଷ୍କୃତ ହୋଇଥିଲେ ସଭ୍ୟ ପଦ ରଦ୍ଦ ହୋଇପାରିବ ନାହିଁ । ଗୋଟିଏ ଦଳରୁ ନିର୍ବାଚିତ ହୋଇ ଅନ୍ୟ ଦଳକୁ ଗଲେ ସଭ୍ୟ ପଦ ରଦ୍ଦ ହେବ ।

ଆହୁରି ମଧ୍ୟ ଦଳୀୟ ଚିହ୍ନରେ ନିର୍ବାଚିତ ହୋଇ ଦଳ ଛାଡ଼ିଲେ ସଭ୍ୟ ପଦ ରଦ୍ଦ ହୋଇପାରିବ। ସଭ୍ୟ ପଦ ରଦ୍ଦ ପରେ ବିଭିନ୍ନ ସରକାରୀ ସୁବିଧା ହରାଇବେ ସଦସ୍ୟ । ସ୍ଵାଧୀନ ଭାବେ ନିର୍ବାଚିତ ହୋଇଥିଲେ ଗୋଟିଏ ଦଳରେ ଯୋଗ ଦେଇପାରିବେ ।

ଉଲ୍ଲେଖଯୋଗ୍ୟ, ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ରଦ୍ଦ ହେୋଇଛି ସଭ୍ୟ ପଦ। ବିଧାନସଭା ସଚିବାଳୟ ପକ୍ଷରୁ ଗୁରୁବାର ଦିନ ପ୍ରକାଶ ପାଇଛି ନିର୍ଦ୍ଦେଶାବଳୀ। ଦୁଇ ବିଧାୟକଙ୍କ ବିରୋଧରେ ମାର୍ଚ୍ଚ ୧୮ରେ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ପିଟିସନ ଆଧାରରେ ମାର୍ଚ୍ଚ ୧୯ରେ ଦୁଇ ବିଧାୟକଙ୍କୁ ମଗାଯାଇଥିଲା ସ୍ପଷ୍ଟୀକରଣ।

https://youtu.be/U1GxrhOrlak?si=xNoHemptHoDNcsAp

ତେବେ ପିଟିସନର କୌଣସି ଉତ୍ତର ରଖିନଥିଲେ ଅରବିନ୍ଦ ଓ ପ୍ରେମାନନ୍ଦ। ଦୁଇ ବିଧାୟକଙ୍କୁ ଅପ୍ରେଲ ୧୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅପ୍ରେଲ ୨ ତାରିଖରେ ବାଚସ୍ପତି ଚିଠି କରିଥିଲେ। ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖିଲେନି ଦୁଇ ବିଧାୟକ। ଫଳରେ ସରକାରୀ ମୁଖ୍ୟ ସଚେତକଙ୍କ ପିଟିସନ ଆଧାରରେ ଦୁଇ ବିଧାୟକ ନିଜ ଆଡୁ ବିଜେଡି ଛାଡିଥିବା ସ୍ପଷ୍ଟ ହୋଇଛି।

Latest Posts

Don't Miss