କରୋନା ପ୍ରଭାବ: ଭିଡିଓ କନଫରେନ୍ସିଂରେ ବିଧାନସଭା ଅଧିବେଶନର ସଂକେତ ଦେଲେ ବାଚସ୍ପତି

ଭୁବନେଶ୍ୱର: ଭିଡିଓ କନଫରେନ୍ସିଂ ଜରିଆରେ ହୋଇପାରେ ବିଧାନସଭା । ରାଜ୍ୟରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ତତ୍ପର ଅଛନ୍ତି ରାଜ୍ୟ ସରକାର । ନିଜେ ସଚେତନ ରହିବା ସହ ଲୋକଙ୍କ ସଚେତନତାକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସିଂ ଜରିଆରେ ବିଧାନସଭା ହେବା ନେଇ ଚର୍ଚ୍ଚା ହେଉଛି । ଏନେଇ ପ୍ରତି ଜିଲ୍ଲା ଓ ବ୍ଲକରେ ସମସ୍ତ ବ୍ୟବସ୍ଥା ରହିଛି । ତେଣୁ ଭିଡିଓ କନଫରେନ୍ସିଂରେ ବିଧାନସଭା ହେବାରେ ଅସୁବିଧା ନାହିଁ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ସଂସଦର ନିଷ୍ପତ୍ତି ଅନୁସାରେ ନିଷ୍ପତ୍ତି ନିଆଯିବ । ଏନେଇ ଲୋକସଭା ଓ ରାଜ୍ୟସଭା ବାଚସ୍ପତି ସଚିବଙ୍କ ସହ ଆଲୋଚନା ହୋଇଛି।

ସାମାଜିକ ଦୂରତା ପାଇଁ ଏପରି ନିଷ୍ପତ୍ତି ଉପରେ ଆଲୋଚନା କରାଯାଉଛି। ବାଚସ୍ପତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ସମସ୍ତ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଲୋକସେବା ଭବନରେ ମଧ୍ୟ ବିଧାନସଭା ବସିବା ନେଇ ବିଚାର କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

Leave a Reply