ଫଳାଫଳ ପୂର୍ବରୁ ମନ୍ଦିର ଦର୍ଶନ କଲେ ଯୋଗୀ ଆଦିତ୍ୟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ପଞ୍ଜାବ ସମେତ ୫ରାଜ୍ୟର ୬୯୦ ବିଧାନସଭା ଆସନର ଆସିବ ଫଳାଫଳ । ଭୋଟ ଗଣତି ଗୁରୁବାର ସକାଳ ୮ରୁ ଆରମ୍ଭ ହୋଇଯାଇଛି । ୨ମାସ ହେବ ଜାରି ରହିଥିବା ନିର୍ବାଚନର ଘମାସାନ ରାଜନୈତିକ ଲଢେଇର ଆଜି ସମାପ୍ତି ଘଟିବ । ଏକଜିଟ୍ ପୋଲରେ ବିଜେପି ଶାସନକୁ ଫେରିବ ବୋଲି କୁହାଯାଉଥିବା ବେଳେ ଏହା କେତେ ସତ ହେବ ତାହା ଉପରେ ନଜର ।

ଉତ୍ତର ପ୍ରଦେଶରେ ଭଜପା ଓ ସପା ମଧ୍ୟରେ ଟକ୍କର ଜୋରଦାର ହୋଇଛି । ଫଳାଫଳ ପୂର୍ବରୁ ଯୋଗୀ ଆଦିତ୍ୟ ନାଥ ଆଜି ମନ୍ଦିର ଦର୍ଶନ କରିଛନ୍ତି । ଏହାସହ ଉତ୍ତର ପ୍ରଦେଶରେ ବିଜେପି ସରକାର ପୁଣି ଆସିବାକୁ ଆସା ପ୍ରକଟ କରିଛନ୍ତି ଯୋଗୀ । ସେହିପରି ପଞ୍ଜାବରେ କଂଗ୍ରେସକୁ ଟକ୍କର ଦେବାକୁ ଆମ ଆଦମି ପାର୍ଟି ଅଣ୍ଟା ଭିଡ଼ିଛି । ଏହି ୨ ରାଜ୍ୟ ବ୍ୟତୀତ ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ କଂଗ୍ରେସ, ଆପ୍ ଓ ଭାରତୀୟ ଜନତା ପାର୍ଟି ଘମାସାନ ଲଢେଇ ଚାଲିବ ।

କେଉଁ ରାଜ୍ୟରେ କେତେ ବିଧାନସଭା ଆସନ ?

ଉତ୍ତର ପ୍ରଦେଶ ୪୦୩

ପଞ୍ଜାବ ୧୧୭

ଉତ୍ତରାଖଣ୍ଡ ୭୦

ଗୋଆ ୪୦

ମଣିପୁର ୬୦