spot_img

Latest Posts

ବିଧାନସଭା ଏବେ ଋଷ-ୟୁକ୍ରେନ ଯୁଦ୍ଧକ୍ଷେତ୍ର ପାଲଟି ଗଲାଣି: ମାତ୍ର ୯ ମାସର ସରକାର କାହିଁକି ଏତେ ବିଚଳିତ- ବିଜେଡି

ଭୁବନେଶ୍ବର: ଆଜି ବି ବିଧାନସଭା ସରଗରମ। ପ୍ରଶ୍ନ ଉତ୍ତର କାଳରେ କଂଗ୍ରେସ ବିଧାୟକମାନଙ୍କୁ ଗୃହରେ ଆକ୍ରମଣ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କଣ ଓ କାହିଁକି ଘଟିଲା ଏ ନେଇ ସ୍ପଷ୍ଟ କରିବାକୁ ବିଜେଡି ଦାବି କରି କକ୍ଷତ୍ୟାଗ କରିଛି। ବିନା ବିରୋଧୀ ଦଳରେ ଚାଲିଛି ଗୃହକାର୍ଯ୍ୟ। ଜାତିଭିତ୍ତିକ ଜନଗଣନା ଦାବିରେ ବିଧାନସଭା ପରିକ୍ରମା କରୁଛି ବିଜେଡି। ସେପଟେ କଂଗ୍ରେସ ସଦସ୍ୟଙ୍କୁ ଗୃହ କାର୍ଯ୍ୟରେ ଭାଗ ନେବାକୁ ନିବେଦନ କରିଛନ୍ତି ବାଚସ୍ପତି। ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡିର ଗର୍ଜନ। ସରକାରଙ୍କ ହିଟଲରୀ ଶାସନ ବିରୋଧରେ ବିଜେଡି କରିଛି କକ୍ଷତ୍ୟାଗ। ପ୍ଲାକାର୍ଡ ଧରି ବିଜେଡି ବିଧାୟକମାନେ କରିଛନ୍ତି ପ୍ରତିବାଦ। ଲୋକଙ୍କ ଲାଗି ସଂଗ୍ରାମ ଜାରି ରହିବ ବୋଲି କହିଛନ୍ତି ବିଧାୟକ। ଏହା ସହ ନାରୀ ସୁରକ୍ଷା, ଆଇନଶୃଙ୍ଖଳା ପ୍ରସଙ୍ଗରେ ବି ଦଳ ସଂଗ୍ରାମ କରିବ ବୋଲି କହିଛନ୍ତି ବିଧାୟକ।

ଗତକାଲି କଂଗ୍ରେସ ବିଧାୟକଙ୍କୁ ପୋଲିସ ଲଗାଇ ମାଡ଼ ମରାଯାଇଥିବା ବେଳେ ଆଜି  ବିଜେଡି ବିଧାୟକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଧାନସଭା ଯୁଦ୍ଧ କ୍ଷେତ୍ର ପାଲଟି ଯାଇଥିବା ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି । ବିଧାନସଭା ଋଷ-ୟୁକ୍ରେନ ଯୁଦ୍ଧ କ୍ଷେତ୍ର ପାଲଟି ଗଲାଣି । ମାତ୍ର ୯ ମାସର ସରକାର କ’ଣ ପାଇଁ ଏତେ ବିଚଳିତ ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ସରକାର ଯେତେ ମନମୁଖୀ ଶାସନ କଲେ ବି ବିଜେଡି ଲୋକଙ୍କ ପାଇଁ ଆନ୍ଦୋଳନ ଜାରି ରଖିବ ବୋଲି ବିଜେଡି କହିଛି ।

Latest Posts

Don't Miss