ବାଲେଶ୍ବର ଫାମିଲି କୋର୍ଟ ହତା ପାଲଟିଲା ରଣକ୍ଷେତ୍ର, ଛାଡ଼ପତ୍ର ମାମଲା ବିଚାର ବେଳେ ମାରପିଟ୍

ବାଲେଶ୍ବର: ବାଲେଶ୍ବର ପରିବାର ଅଦାଲତ ପରିସର ପାଲଟିଲା ରଣକ୍ଷେତ୍ର । ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ଦମ୍ପତିଙ୍କ ମାରପିଟ୍ । ସ୍ବାମୀ ରତିକାନ୍ତଙ୍କ ହ୍ୟାଲିମେଟ୍ ମାଡ଼ରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହେଲେ ସ୍ତ୍ରୀ ରଶ୍ମିରେଖା । ଚାନ୍ଦିପୁର ଥାନା ମଝିକିଆ ଗାଁର ରତିକାନ୍ତ ପାଣିଗ୍ରାହୀ ଓ ରଶ୍ମିରେଖା ପାଣିଗ୍ରାହୀଙ୍କର ଗତ ୩ ବର୍ଷ ପୂର୍ବେ ବିବାହ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ପରିବାର ଅଦାଲତରେ ଛାଡପତ୍ର ମାମଲା ଦାୟର କରାଯାଇଥିଲା । ମାମଲା ବିଚାରାଧୀନ ଥିବା ବେଳେ ଆଜି କୌଣସି କାରଣରୁ ଉଭୟେ କୋର୍ଟ ପରିସର ଆଗରେ ହାତାହାତି ହୋଇଥିଲେ । ଉଭୟଙ୍କ ମଧ୍ୟରେ ବଚସା ଓ ମାରପିଟ୍ ଏତେ ଜୋର ହୋଇଥିଲା ଯେ ରତିକାନ୍ତ ରଶ୍ମୀରେଖାଙ୍କୁ ହେଲିମେଟରେ ମୁଣ୍ଡକୁ ମାରିଥିଲେ । ଫଳରେ ରଶ୍ମୀରେଖା ଅଚେତ ହୋଇପଡ଼ିଥିଲେ ।