ବିବାହ ପୂର୍ବରୁ ଭାବି ସ୍ୱାମୀଙ୍କୁ ଗରିଫ କଲେ ମହିଳା ସବ ଇନସ୍ପେକ୍ଟର

1 min read

ଆସାମ: ମହିଳା ପୋଲିସଙ୍କ ସାହସିକତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ନିଜ ବିବାହ ପୂର୍ବରୁ ତାଙ୍କ ଭାବି ସ୍ୱାମୀଙ୍କୁ ଗରିଫ କରି ହାଜତକୁ ପଠାଇଛନ୍ତି । ଅଭିଯୋଗ ହେଉଛି ନକଲି ପ୍ରମାଣପତ୍ର ଦେଇ ସେ ମହିଳା ଇନସ୍ପେକ୍ଟରଙ୍କୁ ବିବାହ କରିବାକୁ ଚେଷ୍ଟା କରିଥିଲେ । କେବଳ ସେତିକି ନୁହେଁ ସେ ଅନ୍ୟ ଲୋକଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଠକି ଥିବା ମଧ୍ୟ ସାମ୍ନାକୁ ଆସିଛି । ଆସାମର ନଗାଓଁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏଠାରେ ନିଯୁକ୍ତ ମହିଳା ସବ ଇନସ୍ପେକ୍ଟର ଜୋନମାଇ ରାଭା ନିଜର ଭାବି ସ୍ୱାମୀ ରାଣା ପଗାଗଙ୍କୁ ଜାଲିଆତି ମାମଲାରେ ଗିରଫ କରିଛନ୍ତି ।

ସୂଚନା ଅନୁସାରେ ରାଣା ପଗାଗ ମିଛ ପରିଚୟ ଦେଇ ଚାକିରି ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଟଙ୍କା ଲୁଟିଥିବା କଥିତ ଅଭିଯୋଗ ହୋଇଛି। ଏହାକୁ ନେଇ ପୀଡିତ ଲୋକେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଥିଲା। ପରେ ଜୋନମାଇ ନିଜ ଭାବି ସ୍ୱାମୀଙ୍କୁ ଗିରଫ କରିଥିଲେ । ରିପୋର୍ଟ ଅନୁସାରେ, ଜନୋମଇଙ୍କ ଭାବି ସ୍ୱାମୀ ରାଣା ଅୟଲ ଇଣ୍ଡିଆ ଲିମିଟେଡର ଜଣେ ପିଆର ଅଧିକାରୀ ଭାବେ ନିଜର ମିଛ ପରିଚୟ ଦେବା ସହ କମ୍ପାନୀରେ ଚାକିରି ଦେବା ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ହଡ଼ପ କରିଥିଲେ ।

ଜୋନମାଇ କହିଛନ୍ତି ଯେ, ଜାନୁଆରୀ ୨୦୨୧ରେ ମଜୁଲିରେ ପୋଷ୍ଟିଂ ସମୟରେ ସେ ରାଣାଙ୍କୁ ଭେଟିଥିଲେ । ଏହି ସମୟରେ, ରାଣା ନିଜକୁ ONGC ର ଜନସମ୍ପର୍କ ଅଧିକାରୀ ଭାବରେ ପରିଚୟ ଦେଇଥିଲେ ।  କିଛି ଦିନର ସମ୍ପର୍କ ପରେ ରାଣା ଜୋନମାଇଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, ଯାହାକୁ ଜୋନମାଇ ଗ୍ରହଣ କରିଥିଲେ । ଏହା ପରେ, ଉଭୟ ଅକ୍ଟୋବର ୨୦୨୧ରେ ନିର୍ବନ୍ଧ ସରିଥିଲା । ଏବଂ ଚଳିତ ବର୍ଷ ନଭେମ୍ବରରେ ସେମାନଙ୍କର ବିବାହ ସ୍ଥିର ହୋଇଥିଲା ।

ଜୋନମାଇ ଆଉ ମଧ୍ୟ କହିଛନ୍ତି ଯେ, ବାସ୍ତବତା ଜାଣିବା ପରେ ମୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେ ଅନେକ ନକଲି ଆଇଡି ପ୍ରୁଫ୍, ଅପରାଧୀକ ଡକ୍ୟୁମେଣ୍ଟ୍ , ଲାପଟପ୍, ଅନେକ ମୋବାଇଲ୍ ଫୋନ୍ ଏବଂ ଚେକ୍ ବୁକ୍ ଜବତ କରିଛୁ । ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଏବଂ ମୋର କୌଣସି ଦୁଃଖ ନାହିଁ  । ମୁଁ ଆସାମର ଲୋକଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛି ଯେ ଯଦି ସେମାନେ କିଛି ଭୁଲ୍ କରନ୍ତି ତେବେ ମୁଁ କାହାକୁ ଛାଡିବି ନାହିଁ, ସେ ମୋର ପରିବାରର ସଦସ୍ୟ ହୁଅନ୍ତୁ ନା କାହିଁକି ।