ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ୩୦ ଆସନ ପାଇଁ ହେବ ଭୋଟିଂ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ୩୦ଟି ଆସନରେ ହେବ ଭୋଟିଂ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧୭୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୭୫ ଲକ୍ଷ ୯୪ ହଜାର ୫୪୯ ଭୋଟର । ୧୦ ହଜାର ୬୨୦ଟି ମତଦାନ କେନ୍ଦ୍ରରେ ହେବ ଭୋଟିଂ ।

ପଶ୍ଚିମବଙ୍ଗରେ ମୋଟ୍ ୮ଟି ପର୍ଯ୍ୟାୟରେ ହେଉଛି ମତଦାନ । ଆଜି ୨୪ ପ୍ରଙ୍ଗଣା, ବାଙ୍କୁରା, ପଶ୍ଚିମ ମେଦିନିପୁର ଓ ନନ୍ଦିଗ୍ରାମ ଭଳି ହାଇପ୍ରୋଫାଇଲ୍ ସ୍ଥାନରେ ହେବ ମତଦାନ। ସଭିଁଙ୍କ ନଜର ରହିଛି ନନ୍ଦିଗ୍ରାମ ଉପରେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦିରଗ୍ରାମରେ ହେଉଛି କଡା ଟକ୍କର । ଶୃଙ୍ଖଳିତ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଯେଭଳି କୌଣସି ହିଂସା ପରିସ୍ଥିତି ସୃଷ୍ଟି ନ ହୁଏ ତାହା ଉପରେ ବିଶେଷଭାବେ ଧ୍ୟାନ ଦିଆଯାଇଛି ।

ସେପଟେ ଆସାମରେ ମଧ୍ୟ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ଭୋଟିଂ। ୩୯ଟି ଆସନରେ ହେବ ମତଦାନ । ୩୪୫ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୨୬ ଜଣ ମହିଳା ପ୍ରାର୍ଥୀ । ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଆସାମରେ ତିନୋଟି ପର୍ଯ୍ୟାୟରେ ହେବ ମତଦାନ । ମେ ୨ ତାରିଖରେ ଆସିବ ନିର୍ବାଚନ ଫଳାଫଳ।

Leave a Reply