ଲକଡାଉନ୍ କାଳରେ ସାଇକେଲର ବୁଲି ପରିବା ବିକୁଥିବା ଯୁବତୀଙ୍କୁ ଆସାମ ପୋଲିସ ଦେଲା ବାଇକ୍ !

ଗୌହାଟି: କରୋନା ଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ୍ ଚାଲିଛି । ଯେଉଁଥିପାଇଁ ସବୁ ବ୍ୟବସାୟ ଠପ୍ ହୋଇଯାଇଛି । ଏହି ପରିସ୍ଥିତିରେ ଅନେକ ଲୋକେ ନିଜ ଘର ପରିବାର ଚଳାଇବାକୁ ପରିବାର ବିକ୍ରି କରୁଛନ୍ତି । ଠିକ୍ ସେହିଭଳି ଆସାମର ଦିବ୍ରୁଗଡ ଜିଲ୍ଲାର ଏକ ଗାଁର ଜଣେ ଯୁବତୀ ପରିବାର ଚଳାଇବା ପାଇଁ ସାଇକେଲରେ ପରିବା ବିକ୍ରି କରୁଥିଲେ । ନିଜ ଅସୁସ୍ଥ ବାପା ମାଆଙ୍କ ସେବା କରିବାକୁ ସେ ଦିନସାରା କାମ କରନ୍ତି । ଯୁବତୀଙ୍କ ନାଁ ହେଉଛି ଜାନମୋନି ଗୋଗୋଇ । ଜାନମୋନିଙ୍କୁ ମାତ୍ର ୨୦ ବର୍ଷ ବୟସ । ଜାନମୋନି ନିଜ ପରିବାର ଚଳାଇବା ପାଇଁ କଠିନ ପରିଶ୍ରମ କରନ୍ତି । ଲକଡାଉନ୍ ସମୟରେ ସାଇକେଲରେ ଦୂରସ୍ଥାନକୁ ଯାଇ ପନିପରିବା ବିକ୍ରି କରୁଛନ୍ତି।

ଖବରକାଗଜରେ ତାଙ୍କ କାହାଣୀ ପ୍ରକାଶ ପାଇବା ପରେ, ଦିବ୍ରୁଗଡ ପୋଲିସ ତାଙ୍କୁ ସହାୟତାର ହାତ ବଢାଇଥିଲେ । ଆସାମ ପୋଲିସର ମୁଖ୍ୟ ଭାସ୍କର ଜ୍ୟୋତି ମହାନ୍ତ ଜାନମୋନିଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲା।  ତାଙ୍କୁ ଗୋଟିଏ ମୋପେଡ୍ ଆସାମ ପୋଲିସ ଦେଇଛି ।  ଘରେ ଆର୍ଥିକ ସ୍ଥିତି ଭଲ ନଥିବାରୁ ଗୋଗୋଇଙ୍କୁ ହାଇସ୍କୁଲ ଛାଡିବାକୁ ପଡିଥିଲା। ଗତ ଦୁଇ ବର୍ଷ ଧରି ସେ ନିଜ ମାଆଙ୍କୁ ଦିବ୍ରୁଗଡ଼ର ଏକ ବଜାରରେ ପନିପରିବା ବିକ୍ରି କରିବାରେ ସାହାଯ୍ୟ କରୁଛନ୍ତି |

ମାର୍ଚ୍ଚ ମାସରେ ସମଗ୍ର ଦେଶରେ ତାଲା ପଡିବା ପରେ ସେ ନିଜ ସାଇକେଲରେ ପନିପରିବା ବିକ୍ରି କରିବାକୁ ଲାଗିଲେ। ଗାଁର ବାସିନ୍ଦା ଜାନମୋନି ଗୋଗୋଇଙ୍କ ପାଇଁ ଗର୍ବିତ । ଜଣେ ଗ୍ରାମବାସୀ କହିଛନ୍ତି ଯେ, “ସେମାନେ ଜାନମୋନିଙ୍କ ପାଇଁ ଗର୍ବିତ କାରଣ ସେ ଜଣେ ପ୍ରକୃତ ପ୍ରେରଣା ଏବଂ ତାଙ୍କର ଏହି କାର୍ଯ୍ୟ ଅନ୍ୟମାନଙ୍କୁ ଉତ୍ସାହିତ କରେ । ସେମାନେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସଫଳତା ପାଇଁ କାମାନା କରୁଛନ୍ତି।”

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ସେମାନେ ଗଣମାଧ୍ୟମରୁ ଜାନମୋନି ବିଷୟରେ ଜାଣିବାକୁ ପାଇଥିଲେ। ଡିବ୍ରୁଗଡ ପୋଲିସ୍ ସୁପରିଟେଣ୍ଡଟ୍ ଶ୍ରୀଜିତ୍ ଟି ଙ୍କ ଅଧୀନରେ ସମଗ୍ର ଡିପାର୍ଟମେଣ୍ଟ ତାଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥଲେ ।  କିନ୍ତୁ ସେ କୌଣସି ଆର୍ଥିକ ସହାୟତା ନେବାକୁ ମନା କରିଦେଇଥିଲେ। ସେ ପୋଲିସ ଡିପାର୍ଟମେଣ୍ଟଠୁ କୌଣସି ସାହାଯ୍ୟ ଚାହୁଁନଥିଲେ। ପରେ ପୋଲିସ ତାଙ୍କୁ ଏକ ମୋପେଡ୍ ବାଇକ୍ ଉପହାର ଦେବାକୁ ସ୍ଥିର କରିଥିଲେ ଯାହା ଜାନମୋନିଙ୍କୁ ପନିପରିବା ବିକ୍ରି କରିବାରେ ସାହାଯ୍ୟ କରିବ। ସମଗ୍ର ପୋଲିସ ଡିପାର୍ଟମେଣ୍ଟ ତାଙ୍କ ପାଇଁ ଗର୍ବିତ ଏବଂ ସେ ଅନ୍ୟମାନଙ୍କ ପାଇଁ ପ୍ରକୃତ ପ୍ରେରଣା ବୋଲି କହିଛନ୍ତି ବରିଷ୍ଠ ଦିବ୍ରୁଗଡ ପୋଲିସ୍ ।

 

Leave a Reply