ଆସାମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ମାସ୍କ ପିନ୍ଧିଲେ ବେପାର ମାନ୍ଦା

ନୂଆଦିଲ୍ଲୀ:  ୨୦୨୦ ଭଳି ୨୦୨୧ରେ ଚାଂଚଲ୍ୟ ସୃଷ୍ଟି କଲାଣି କରୋନାର ଦ୍ୱିତୀୟ ପ୍ରବାହ । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ଏକ ପ୍ରକାରର ରେକର୍ଡ଼ କରିଛି । ଏକ ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ରେକର୍ଡ଼ । ସାରା ବିଶ୍ୱ ଏହାକୁ ଗମ୍ଭୀରତାର ସହିତ ନେଉଥିବା ବେଳେ କିଛି ନେତା ଏହାକୁ ନେଇ ମଜାକ୍ଉଡ଼ାଉଛନ୍ତି ।

ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ଶର୍ମା କରୋନାକୁ ନେଇ ଦେଇଛନ୍ତି ଅଜବ ବୟାନ । କରୋନା ଚାଲିଯାଇଛି ଏବଂ କାହାକୁ ଏବେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ବୋଲି ବିବାଦୀୟ ବୟାନ ଦେଇଛନ୍ତି ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ । ଯାହାକୁ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି ତାହା ହେଉଛି ପାର୍ଲର ବ୍ୟବସାୟ । ମାସ୍କ ପିନ୍ଧିଲେ ପାର୍ଲର ବ୍ୟବସାୟରେ ମାନ୍ଦା ଅବସ୍ଥା ସୃଷ୍ଟି ହେଉଥିବା ସେ କହିଛନ୍ତି ।

ହିମନ୍ତା ବିଶ୍ୱ ଶର୍ମାଙ୍କ ଏହି ବୟାନ ସୋସିଅଲ ମିଡିଆରେ ଖୁବ୍ଭାଇରାଲ ହେଉଛି । ସୂଚନାଯୋଗ୍ୟ ଗଣମାଧ୍ୟମ ସାକ୍ଷାତକାରରେ ମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି । ତେବେ ସମୟ ଆସିଲେ ମାସ୍କ ପିନ୍ଧିବାକୁ ଗୁହାଯିବ ବୋଲି ସେ ସାକ୍ଷାତକାରରେ କହିଛନ୍ତି ।

ବିବାଦୀୟ ବୟାନ ଦେଇ ହିମନ୍ତା ବିଶ୍ୱ ଶର୍ମା ସୋସିଅଲ ମିଡିଆରେ ଟ୍ରୋଲ ମଧ୍ୟ ହେଉଛନ୍ତି । ସୋସିଅଲ ମିଡିଆ ୟୁଜର୍ସ ତାଙ୍କ ମଜାକ୍ଉଡ଼ାଉଥିବା ଦେଖିବାକୁ ମିଳିଛି । ମାସ୍କ ନପିନ୍ଧିବାକୁ ପରାମର୍ଶ ଦେଇଥିବାରୁ ଅଧିକାଂଶ ସୋସିଅଲ ମିଡିଆ ୟୁଜର୍ସ ତାଙ୍କୁ ଧନ୍ୟବାଦ ଜଣାଉଛନ୍ତି ।

Leave a Reply