ସୁଧୁରୁନି ଆସାମର ପରିସ୍ଥିତି, ଏଯାଏଁ ପାଣି ଘେରରେ ୨୫ଜିଲ୍ଲାର ୧୧ଲକ୍ଷ ଲୋକ

ଆମାମ: ଗମ୍ଭୀର ହେଉଛି ବାତ୍ୟା ପରିସ୍ଥିତି ।  ପୂର୍ବବର୍ତ୍ତୀ ରାଜ୍ୟ ମାନଙ୍କରେ ଲଗାତର ବର୍ଷାର ପଭାବ ଲାଗିରହିଛି। ଯାହା ଫଳରେ ବନ୍ୟାରେ ହନ୍ତସନ୍ତ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ପ୍ରବଳ ବର୍ଷା କାରଣରୁ ଉବୁଟୁବୁ ହେଉଛି ସାରା ଆସାମ । ଆସାମର ପ୍ରବଳ ବନ୍ୟା ଯୋଗୁଁ ୨୫ ଜିଲ୍ଲାରେ ପ୍ରଭାବିତ ହୋଇଛନ୍ତି ୧୧ ଲକ୍ଷ ଲୋକ । ମେଘାଳୟରେ ମଧ୍ୟ ଅଶାନ୍ତ ପରିସ୍ଥିତି ଲାଗିରହିଛି । ନଦୀରେ ବଢୁଥିବା ଜଳସ୍ତର ଯୋଗୁଁ ହଜାର ହଜାର ଗାଁରେ ବନ୍ୟା ପରିସ୍ଥିତି ଲାଗିରହିଛି ।   ଅସ୍ତବ୍ୟସ୍ତ ହୋଇଗଲାଣି ଜନଜୀବନ, ସୁଧୁରୁନି ପରିସ୍ଥିତି। ଅଧିକାରୀମାନଙ୍କ ସୂଚନା ଅନୁଯାୟୀ ଲଗାତାର ବର୍ଷା ଲାଗିରହିଥିବା କାରଣରୁ ଅନେକ ସହର ମାନଙ୍କରେ ବନ୍ୟାଜଳ ଭରିରହିଛି ।

ସେପଟେ ନବଗଠିତ ବାଜାଲୀ ଜିଲ୍ଲା ମାନେ ବନ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି । ମାନସ, ପଗଲାଡିଆ, ପୃଥିମାରୀ, କୋପିଲୀ, ଗୌରାଙ୍ଗ ଏବଂ ବ୍ରହ୍ମପୁତ୍ର ପରି ଅନେକ ନଦୀ ମାନଙ୍କରେ ଏବେବି ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ସେପଟେ ଜିଲ୍ଲାରେ ୧୯୭୮୨.୮୦ ହେକ୍ଟର ଫସଲ ଉପରେ ବନ୍ୟାଜଳ ମାଡିରହିଛି । ରାଜ୍ୟ ସରକାରଙ୍କର ଆକଳନ ଅନୁସାରେ ୭୨ ରାଜସ୍ବ ମଣ୍ଡଳ ଅନ୍ତର୍ଗତ ପ୍ରାୟ ୧୫୧୦ ଗାଁ ଜଳମଗ୍ନ ହୋଇସାରିଛି ।

ବାତ୍ୟା ପ୍ରଭାବିତ ଲୋକମାନଙ୍କ ସାହାଯ୍ୟ ପାଇଁ ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ନିର୍ଦ୍ଦେଶକ ରୋହିତ ଶେଡ୍ଡୀ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଡିକୁ ୫ଲକ୍ଷ ଟଙ୍କା ଲେଖାଏଁ  ସାହାଯ୍ୟ ଦେଇଛନ୍ତି  । ସେଥିପାଇଁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଟ୍ବିଟ୍ କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।