ବିଜେପି ନେତାଙ୍କ କାର୍‌ରୁ ମିଳିଲା ଇଭିଏମ୍ : ବୁଥ୍‌‌ ଦାୟିତ୍ୱରେ ଥିବା ୪ ଅଧିକାରୀ ନିଲମ୍ୱିତ

ଗୌହାଟୀ: ଜଣେ ପ୍ରିଜାଇଡିଂ ଅଫିସର ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ଅନ୍ୟ ୩ ଅଧିକାରୀଙ୍କୁ ନିଲମ୍ୱିତ କରିଛନ୍ତି ନିର୍ବାଚନ କମିଶନ । ଏଥିସହିତ ଆସାମ ରତାବରୀ ବିଧାନସଭା କ୍ଷେତ୍ରର ଏକ ବୁଥ୍‌ରେ ପୁଣି ମତଦାନ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ । ବିଜେପି ନେତା କ୍ରିଷ୍ଣେନ୍ଦୁ ପଲ୍‌ଙ୍କ ଲିଙ୍କ୍ ଥିବା କାର୍‌ରୁ ଇଲୋକଟ୍ରନିକ୍ ଭୋଟିଂ ମେସିନ୍ (ଇଭିଏମ୍) ମିଳିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ଯିଏ ପଥରାକାଣ୍ଡି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ୁଛନ୍ତି ।

        ଇଭିଏମ୍ ସିଲ୍ ଫିଟି ନଥିଲେ ମଧ୍ୟ ଇନ୍ଦିରା ଏମ୍‌ ଭି ସ୍କୁଲର ୧୪୯ ବୁଥ୍‌ରେ ପୁନଃ ମତଦାନ କରାଇବାକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।   ଏଥିସହିତ ଘଟଣାର ତଦନ୍ତ ରିପୋର୍ଟ ମଧ୍ୟ ମାଗିଛନ୍ତି ନିର୍ବାଚନ କମିଶନ ।  ସୂଚନା ମୁତାବକ ୧୪୮ ନମ୍ୱର ବୁଥ୍‌ରେ ଭୋଟ ଗ୍ରହଣ ସରିବା ପରେ ନିର୍ବାଚନ ଦାୟିତ୍ୱରେ ଥିବା ଟିମ୍ ୩ ଅଧିକାରୀ ଏବଂ ପ୍ରିଜାଇଡିଂ ଅଫିସର ଏସ୍‌କର୍ଟ ମଧ୍ୟରେ ଫେରୁଥିଲେ ।

        ପ୍ରବଳ ବର୍ଷା ଯୋଗୁଁ ରାସ୍ତା କାଦୁଅ ହୋଇଯାଇଥିଲା । ଅପରପକ୍ଷରେ ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା । ନୀଲମ୍ ବଜାରକୁ ଯାଉଥିବା ଏହି ଗାଡ଼ିଟି ମଧ୍ୟ ଭାଙ୍ଗି ଯାଇଥିଲା । ଟ୍ରାଫିକ୍ ଜାମ୍ ଏବଂ ଖରାପ ପାଗ ଯୋଗୁଁ ଏସ୍‌କର୍ଟ ପାର୍ଟି ବିଭାଜିତ ହୋଇଯାଇଥିଲା । ଏଣୁ ପୁଲିଂ ପାର୍ଟି ଖୁବଶୀଘ୍ର ଷ୍ଟ୍ରଙ୍ଗ୍ ରୁମ୍‌ରେ ପହଞ୍ଚାଇବା ପାଇଁ ସେମାନେ ରାସ୍ତାରେ ଯାଉଥିବା ଏକ ଗାଡ଼ିକୁ ଅଟକାଇଥିଲେ । ଏବଂ ସେଥିରେ ଷ୍ଟ୍ରଙ୍ଗ ରୁମ୍ ଅଭିମୁଖେ ଯାଇଥିଲେ । ଏ ବିଷୟରେ ଖବର ପ୍ରଚାରିତ ହେବା ପରେ ବାଟରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକ ଗାଡ଼ିଟିକୁ ଘେରିଯାଇଥିଲେ । ଏବଂ ଗାଡ଼ି ଉପରକୁ ପଥର ମାଡ଼ କରିବା ସହ ଇଭିଏମ୍ ହେରଫେର୍ କରିବା ନେଇ ପୁଲିଂ ଅଧିକାରୀଙ୍କୁ ଗାଳି ଗୁଲଜ କରିଥିଲେ । ଖବର ପାଇଁ ଘଟଣାସ୍ଥଳରେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସ୍ଥାନୀୟ ଏସପି ପହଞ୍ଚିଥିଲେ  । ଫାଙ୍କା ଗୁଳି ଚାଳନା କରି କରି ଲୋକଙ୍କୁ ଘଉଡ଼ାଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।

ଏଥିସହିତ ପଢ଼ନ୍ତୁ: ୧୦ବର୍ଷ ପୂର୍ବେ ୨୮ ବର୍ଷର ଅପେକ୍ଷାର ଘଟିଥିଲା ଅନ୍ତ

Leave a Reply