ବନ୍ଦ ହେବ ସରକାରୀ ମଦ୍ରାସା ଓ ସଂସ୍କୃତ ସ୍କୁଲ୍, ପ୍ରସ୍ତାବକୁ ଆସାମ କ୍ୟାବିନେଟର ମଞ୍ଜୁରୀ

1 min read

ଗୌହାଟି: ଆସାମର ସର୍ବାନନ୍ଦ ସୋନୋୱାଲ ସରକାର ରାଜ୍ୟରେ ସମସ୍ତ ସରକାରୀ ମଦ୍ରାସା ଓ ସଂସ୍କୃତ ବିଦ୍ୟାଳୟ ବନ୍ଦ କରିବା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ରବିବାର ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଗାମୀ ବିଧାନସଭା ଶୀତକାଳୀନ ଅଧିବେଶନରେ ଏନେଇ ଗୃହରେ ବିଧେୟକ ଆଗତ କରାଯିବ ।

ଆସାମ ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଛି । ଆସାମ ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ସରକାରୀ ମୁଖପାତ୍ର ଚନ୍ଦ୍ରମୋହନ କହିଛନ୍ତି- ମଦ୍ରାସା ଓ ସଂସ୍କୃତ ବିଦ୍ୟାଳୟ ସହ ଜଡ଼ିତ ବର୍ତ୍ତମାନର ଆଇନକୁ ଫେରାଇ ନିଆଯିବ । ଏଥିପାଇଁ ରାଜ୍ୟ ବିଧାନସଭାର ଆଗାମୀ ଅଧିବେଶନରେ ଏକ ବିଧାୟକ ଆଗତ ହେବ ।

Assam Cabinet Nods A Proposal To Close down All Government Run Madrassas And Sanskrit Schools

ଏହା ପୂର୍ବରୁ ଆସାମର ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱା ସରମା କହିଥିଲେ- ରାଜ୍ୟ ସରକାର ଦ୍ୱାରା ମଦ୍ରାସା ଓ ସଂସ୍କୃତ ସ୍କୁଲକୁ ଶୀଘ୍ର ପୁର୍ନଗଠନ କରାଯିବ । ତାଙ୍କ କହିବା କଥା ଥିଲା- ଧାର୍ମିକ ଶିକ୍ଷା ପାଇଁ ସରକାରୀ ଅନୁଦାନ ଅର୍ଥ ଖର୍ଚ୍ଚ କରାଯିବ ନାହିଁ । ସେ ଆହୁରି କହିଥିଲେ- ଆସାମରେ ୬୧୦ ସରକାରୀ ମଦ୍ରାସା ରହିଛି । ଏହି ସଂସ୍ଥା ପାଇଁ ସରକାର ପ୍ରତବିର୍ଷ ପ୍ରାୟ ୬୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଅନ୍ୟପଟେ ବିଜେପିର ବରିଷ୍ଠ ନେତା ଓ ବିଧାନସଭାର ଉପାଧ୍ୟକ୍ଷ ଅମିନୁଲ ହକ କହିଥିଲେ- ଘରୋଇ ସଂସ୍ଥା ଦ୍ୱାରା ଚାଲୁଥିବା ମଦ୍ରାସା ବନ୍ଦ କରାଯିବ ନାହିଁ । ଏହାର ଅର୍ଥ- ସାମାଜିକ ସଂଗଠନ ଓ ବିଭିନ୍ନ NGO ଦ୍ୱାରା ଚାଲୁଥିବା ଧରୋଇ ମଦ୍ରାସା ଚାଲିବ ।

Leave a Reply