ମଞ୍ଚରେ ଦେଉଥିଲେ ଦୁର୍ନୀତି ବିରୋଧି ଭାଷଣ; ଘଣ୍ଟାଏ ପରେ ଲାଞ୍ଚ ନେଇ ନିଜେ ଗିରଫ

ଜୟପୁର: ଜୟପୁରରେ ଭେରୁଲାଲ୍ ନାମକ ଜଣେ ଆଡିସନାଲ୍ ଏସପି ଦୁର୍ନୀତି ବିରୋଧି ଭାଷଣ ଦେଉଥିଲେ । ଏପରିକି ଯଦି କେଉଁଠି ଦୁର୍ନୀତି ହେଉଥାଏ ତାହେଲେ ୧୦୬୪ କଲ୍ କରି ଦୁର୍ନୀତିକୁ ବନ୍ଦ କରିବା ପାଇଁ ସହଯୋଗ କରନ୍ତୁ ବୋଲି ସେ କହିଥିଲେ ।

ହେଲେ ଏହାର ମାତ୍ର ଏକ ଘଣ୍ଟା ପରେ ଲାଞ୍ଚ ନେଇ ନିଜେ ଆଡିସନାଲ୍ ଏସପି ଗିରଫ ହୋଇଛନ୍ତି ।

ସୂଚନା ମୁତାବକ ‘ଆଣ୍ଟି କରପସନ୍ ଡେ’ରେ ଜୟପୁର ଏସିବିର ଟିମ୍ ସବାଇ ମାଧୋପୁରର ଆଡିସନାଲ୍ ଏସପି ଭେରୁଲାଲଙ୍କୁ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି ।

ଡିଜି ବିଏଲ୍ ସୋନୀ ଓ ଏଡିଜି ଦିନେଶ ଏମଏମଙ୍କ ନିର୍ଦ୍ଦେଶନାରେ ଜୟପୁର ଏସିବିର ଟିମ୍ ଏଏସପି ପୁଷ୍ପେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଏହି ଚଢାଉ କରିଛନ୍ତି ।

ଏସିବିର ସୂଚନା ଅନୁଯାୟୀ ସବାଇ ମାଧୋପୁର ଏସିବିର ଆଡିସନାଲ୍ ଏସପି ଭେରୁଲାଲଙ୍କ ଦ୍ୱାରା ସବାଇ ମାଧୋପୁର ଡିଟିଓ ମହେଶ ଚନ୍ଦଙ୍କ ଠାରୁ  ମାସିକ ୮୦ ହଜାର ଟଙ୍କା ଲାଞ୍ଚ ନିଆଯାଉଥିଲା । ଯେଉଁଥିରେ ସେ ଚିନ୍ତାଗ୍ରସ୍ତ ହୋଇ ଏସିବି ମୁଖ୍ୟାଳୟରେ ଅଭିଯୋଗ କରିଥିଲେ ।

ଡିଟିଓଙ୍କ ଅଭିଯୋଗକୁ ଆଧାର କରି ଲାଞ୍ଚ ନେବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା । ଏହାବ୍ୟତୀତ ତାଙ୍କ କେ ବଙ୍ଗଳାରେ ମଧ୍ୟ ଚଢାଉ କରାଯାଇଛି ।

Leave a Reply