ନନ୍ଦିଘୋଷ ବ୍ୟୁରୋ: ଘର ନାହିଁକି ବାସ ନାହିଁ କଚା ଘରେ ବିତୁଛି ଜୀବନ । ମିଳିନି ପକ୍କା ଘର। ମୋନ୍ଥାର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଲାଗି ରହିଥିବା ବେଳେ ପ୍ରଶାସନ ତରଫରୁ ନଈ କୁଳିଆ ଏବଂ କଚା ଘରେ ଯେଉଁ ମାନେ ରହୁଛନ୍ତି ସେମାନଙ୍କୁ ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ଘର, ବାତ୍ୟା ଆଶ୍ରୟ ସ୍ଥଳ, ଅସ୍ଥାୟୀ ଆଶ୍ରୟ ସ୍ଥଳ ହେଉ କିମ୍ବା ବାତ୍ୟା ଆଶ୍ରୟ ସ୍ଥଳକୁ ଆଣି ସୁରକ୍ଷିତ ସ୍ଥାନରେ ରଖା ଯାଇଛି। ବର୍ଷା ଲାଗି ରହିଥିବା ବେଳେ ଲୋକମାନେ ଭୟରେ ଥିଲେ ତେଣୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଆଣି ଖାଦ୍ୟ ପୁଡା ଦେଇଥିବାବେଳେ ରାତ୍ରରେ ବିଭିନ୍ନ ସ୍ଥାନରେ ରାତ୍ରି କାଟିଛନ୍ତି ।

