spot_img

Latest Posts

ଆସିକାରେ ପ୍ରଥମ କଣ୍ଟେନମେଣ୍ଟ ଘୋଷଣା ପରେ ସକ୍ରିୟ ସରପଞ୍ଚ

ଆସିକା: କରୋନାରେ ଘାଣ୍ଟି ହେଉଛି ସାରା ରାଜ୍ୟ। ସବୁଠି ଆତଙ୍କ ଓ ସବୁଠି ସତର୍କତା। ଗଞ୍ଜାମ ଜିଲ୍ଲା ଉପରେ ରହିଛ ପ୍ରଶାସନର ନଜର। ସଜାଗ ସରପଞ୍ଚ, ଚାଲିଛି ସଚେତନତା। ଜିଲ୍ଲାର ଆସିକା ଅଞ୍ଚଳରେ ପ୍ରଥମ କଣ୍ଟେନମେଣ୍ଟ ଘୋଷଣା ପରେ ସକ୍ରିୟ ହୋଇଛନ୍ତି ସରପଞ୍ଚ। ଆସିକା ବ୍ଳକର ଆଲିପୁର ପଞ୍ଚାୟତରେ ସରପଞ୍ଚ ଲୋକଙ୍କୁ ସଚେତନ କରିବା ସହ ଶପଥ ପାଠ କରାଇଛନ୍ତି। ସାମାଜିକ କର୍ମୀଙ୍କ ସହ ମିଶି ପ୍ରଚାର ଗାଡ଼ିରେ ଲୋକଙ୍କୁ ସଚେତନ କରିବା ସହ ନିଜେ ସଂଗରୋଧ କେନ୍ଦ୍ର ପ୍ରସ୍ତୁତ କରିଛନ୍ତି।

ଗାଁର ଯୁବକମାନଙ୍କୁ ନେଇ ଗଠିତ କରିଛନ୍ତି କୋରୋନା ଲଢେଇ ଯୋଦ୍ଧା ସଂଗଠନ। ଘର ଘର ବୁଲି ଲୋକଙ୍କ କରୋନା ଲଢେଇରେ ସାମିଲ କରିବାକୁ ସଚେତନ କରାଯାଉଛି। ପ୍ରବାସୀ ଫେରିଲେ କିପରି ସଂଗରୋଧ କେନ୍ଦ୍ରରେ ରଖାଯିବ ସେଥିପାଇଁ ବ୍ୟବସ୍ଥା ହୋଇଛି। କରୋନା ମୁକ୍ତ ପଞ୍ଚାୟତ ପାଇଁ ସଂଗ୍ରାମ ଜାରି ରହିଥିବା କହିଛନ୍ତି ସରପଞ୍ଚ।

ଖାଲି ଆଲିପୁର ନୁହେଁ, ଗତବର୍ଷ କରୋନାରୁ ଶିକ୍ଷା ଲାଭ କରିଛି ପୁରା ଗଞ୍ଜାମ ଜିଲ୍ଲା। ଏଥିପାଇଁ ପଞ୍ଚାୟତ ସ୍ତରରୁ ସବୁଠି ଆରମ୍ଭ ହୋଇଛି ସଚେତନତା।

Latest Posts

Don't Miss