ଦୁର୍ଘଟଣାରେ ଆହତ ଦଣ୍ଡୁଆଙ୍କୁ ଭେଟିଲେ ଆସିକା ବିଜେଡି ପ୍ରାର୍ଥୀ ରଞ୍ଜିତା

ବ୍ରହ୍ମପୁର: ପିକଅପ୍ ଭ୍ୟାନ ଦୁର୍ଘଟଣାରେ ଆହତ ଦଣ୍ଡୁଆଙ୍କୁ ବ୍ରହ୍ମପୁର ବଡ ମେଡିକାଲ ଯାଇ ଭେଟିଲେ ଆସିକାର ବିଜେଡି ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ । ଆହତଙ୍କୁ ଭେଟିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପରିବାର ବର୍ଗକୁ ଭେଟି ସମବେଦନା ଜଣାଇଛନ୍ତି । ଏଥିସହ ବିଭାଗୀୟ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ରଞ୍ଜିତା ।
ରାଜ୍ଯ ସରକାରଙ୍କ ପକ୍ଷରୁ ଚିକିତ୍ସିତ ହେଉଥିବା ବ୍ଯକ୍ତିଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି । ସେମାନଙ୍କ ଆଶୁ ଚିକିତ୍ସା କାମନା କରିବା ସହ ଦୁର୍ଘଟଣାରେ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ରଞ୍ଜିତା ।
ସୂଚନାଯୋଗ୍ୟ, ଦଣ୍ଡୁଆମାନଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ ହିଞ୍ଜିଳିକାଟୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଦହିମୁଣ୍ଡୁଳି ଦଣ୍ଡନାଚର ୨ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ରୁ ଊର୍ଦ୍ଧ୍ବ ଦଣ୍ଡୁଆ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।