ପୋଲିସ କମିସନରଙ୍କ ସୋସିଆଲ୍‌ ମିଡ଼ିଆରେ ଲାଇଭ୍‌; ଟ୍ରାଫିକ, ଅପରାଧ, ଆଇନ୍‌ଶୃଙ୍ଖଳା ଭଳି ପ୍ରଶ୍ନର ରଖିବେ ଉତ୍ତର

1 min read

ଭୁବନେଶ୍ୱର: ଆସ୍କ ୟୋର ସିପି କାର୍ଯ୍ୟକ୍ରମର ପ୍ରଶ୍ନ ଅବଧି ଶେଷ ହୋଇଛି । କମିସନରେଟ ପୋଲିସ ୧୧ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଏଭଳି କିଛି ହେବାକୁ ଯାଉଛି । ଆଜି ସନ୍ଧ୍ୟା ୫ଟାରେ ପୁଲିସ କମିସନର ସୋସିଆଲ୍‌ ମିଡ଼ିଆ ଲାଇଭ୍‌ (ଟ୍ବିଟର ଓ ଫେସ୍‌ବୁକ୍‌)ର ସିଧା ପ୍ରସାରଣରେ ଲୋକଙ୍କର ତମାମ୍‌ ପ୍ରଶ୍ନର ସିଧାସଳଖ ଉତ୍ତର ରଖିବେ ।

 

 

ଟ୍ରାଫିକ୍‌, ଅପରାଧ, ଆଇନ୍‌ଶୃଙ୍ଖଳା ଉପରେ ପ୍ରଶ୍ନ ସହ ଅନେକ ପରାମର୍ଶ ମଧ୍ୟ ରହିଛି । ଅନ୍ୟପଟେ ଆସ୍କ ମି ଏନିଥିଙ୍ଗ ପ୍ରସଙ୍ଗରେ ଲୋକେ ବିଚିତ୍ର ପ୍ରଶ୍ନ ପଚାରିଛନ୍ତି । କେମିତି ଓଜନ କମାଇବାକୁ ହେବ ତାହା ମଧ୍ୟ ପୋଲିସ କମିସନରଙ୍କୁ ପଚାରିଛନ୍ତି ।

ସବୁଠାରୁ ଅଧିକ ପ୍ରଶ୍ନ ଟ୍ୱିଟରର ମାଧ୍ୟମରେ ଟ୍ରାଫିକ୍‌ ଉପରେ ହୋଇଛି । ପୋଲିସର ତଦନ୍ତ ହେଉ କି ବିଭିନ୍ନ କାର୍ଯ୍ୟକଳାପ ଉପରେ ପୋଲିସକୁ ଅନେକ ପରାମର୍ଶ ମଧ୍ୟ ସାଧାରଣ ଲୋକଙ୍କ ପକ୍ଷରୁ ରହିଛି ।  ଲୋକଙ୍କ ପରାମର୍ଶ ସହରପାଇଁ ଅନେକ ଫଳପ୍ରଦ ହୋଇପାରିବ ବୋଲି ସିପି କହଛନ୍ତି । ସେପଟେ ୪୦୦ରୁ ଊର୍ଦ୍ଧ୍ୱ ଟ୍ୱିଟର ମାଧ୍ୟମରେ ପ୍ରଶ୍ନ କରାଯାଇଛି । ଟ୍ରାଫିକ୍‌ରେ  ଦେଢ଼ ଶହରୁ ଊର୍ଦ୍ଧ୍ୱ, ଅପରାଧ ୭୦ରୁ ଊର୍ଦ୍ଧ୍ୱ ଏବଂ ଅନାବନା ୨୦ରୁ ଊର୍ଦ୍ଧ୍ୱ ପ୍ରଶ୍ନ ରହିଥିବା ସୂଚନା ମିଳିଛି ।

 

Leave a Reply