ଅସୀତ ତ୍ରିପାଠୀ ହେଲେ ଭୁବନେଶ୍ୱର କ୍ଳବର ନୂଆ ସଭାପତି

ଭୁବନେଶ୍ୱର: ଭୁବନେଶ୍ୱର କ୍ଳବର ନୂଆ ସଭାପତି ଭାବରେ ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ନିକଟତମ ପ୍ରତିଦ୍ୱନ୍ଦୀ ବିଜୟ ପଟ୍ଟନାୟକଙ୍କ ଠାରୁ ୨୭୮ ଭୋଟରେ ବିଜୟ ଲାଭ କରିଛନ୍ତି ଅସୀତ । ୧୨୭୪ ମୋଟ ଭୋଟିଂ ହୋଇଥିବା ବେଳେ ଅସୀତ ୭୭୬ ଏବଂ ବିଜୟ ପଟ୍ଟନାୟକ ୪୯୮ ଖଣ୍ଡ ଭୋଟ ପାଇଛନ୍ତି ।

ସଭାପତି ଭାବରେ ନିର୍ବାଚିତ ପରେ ଅସୀତ ତ୍ରିପାଠୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ଭୁବନେଶ୍ୱର କ୍ଳବ କେବଳ ରେଷ୍ଟୁରାଣ୍ଟ ଓ ବାର ହୋଇ ନରହୁ । ଯେମିତି ବଡ଼ ବଡ଼ ସହରରେ ରିକ୍ରିଏସନ, ଏଜୁକେସନ, କଲଚରାଲ କାର୍ଯ୍ୟକ୍ରମ ପାଇଁ ସୁଯୋଗ ରହିଛି ସେହିଭଳି ପ୍ରସ୍ତୁତ କରାଯିବ। ଇଣ୍ଡିଆ ଇଂଟରନେସନାଲ ସେଣ୍ଟର, ଜିମ ଖାନା କ୍ଳବ ଭଳି ଏହାକୁ ବହୁମୁଖୀ କ୍ଳବ କରିବା ପାଇଁ ମୁଁ ଓ ମୋର ଟିମ ଉଦ୍ୟମ କରିବୁ ବୋଲି ଅସୀତ ତ୍ରିପାଠୀ କହିଛନ୍ତି।

ତେବେ କ୍ଲବର ଯୁଗ୍ମ ସମ୍ପାଦକ ଭାବରେ ଅଶୋକ ମିଶ୍ର ବିଜୟ ଲାଭ କରିଛନ୍ତି । ସେ ୨୭୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଉପସଭାପତି ଭାବରେ ମହେନ୍ଦ୍ର ଗୁପ୍ତା ନିର୍ବାଚିତ ହୋଇଛନ୍ତି । ସେ ୨୧୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ୧୯୪୯ରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ବର କ୍ଲବ ।

Leave a Reply