୮ ଟ୍ରକ୍ ବାଣ ଜବତ, ୩ ଜଣଙ୍କୁ ଗିରଫ କଲା ପୋଲିସ

Asika Police Seized 8 Trucks Fire Crackers And Held Three

ଆସିକା: ମହାମାରୀ ପାଇଁ ଏଥର ଦୀପାବଳିରେ ବାଣ ମନା । ବିକ୍ରି ସହ ବାଣ ଫୁଟାଇବା ଉପରେ କଟକଣା ଲାଗିଛି । ତଥାପି ଲୁଚାଛପାରେ ଚାଲିଛି ବେପାର । ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରୁ ପୋଲିସ ୮ ଟ୍ରକ୍ ବାଣ ଜବତ କରିଛି । ଟ୍ରକ୍ ଟ୍ରକ୍ ବାଣ ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି । କଟକଣା ସତ୍ତ୍ୱେ ଏମାନେ ବାଣ ତିଆରି କରି ବିକ୍ରି କରୁଥିଲେ । ଏନେଇ ସୂଚନା ପାଇବା ପରେ ପୋଲିସ ଚଢ଼ାଉ କରି ୮ ଟ୍ରକ୍ ବାଣ ଜବତ କରିଛି ।

Asika Police Seized 8 Trucks Fire Crackers And Held Three

ବର୍ଷ ତମାମ୍ ଆସିକା ଥାନା ନଳବଣ୍ଟା ଗାଁରେ ବାଣ ତିଆରି ହୋଇଥାଏ । ଆଗକୁ ଦୀପାବଳି ଥିବାରୁ ପ୍ରତିବର୍ଷ ଭଳି ବି ଗାଁରେ ବାଣ ତିଆରି ସହ ବିକ୍ରି ହେଉଥିଲା । ତେବେ, ଦୀପାବଳିରେ ବାଣ ଯୋଗୁଁ ପ୍ରଦୂଷଣ ବଢ଼ିବା ସହ ମହାମାରୀ କରୋନାର ପ୍ରଭାବ ବଢ଼ିବା ଆଶଙ୍କାରେ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

Asika Police Seized 8 Trucks Fire Crackers And Held Three

କଟକଣା ସତ୍ତ୍ୱେ ବାଣ ବିକ୍ରି ବେଳେ ଆସିକା ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିବା ୮ ଟ୍ରକ୍ ବାଣ ଜବତ କରିଛି । ଆସିକା ଥାନା ପକ୍ଷରୁ ପ୍ରାୟ ୨ ପ୍ଲାଟୁନ୍ ଫୋର୍ସ ନଳବଣ୍ଟା ଗାଁରେ ଚଢ଼ାଉ କରିଥିଲା ।  ୭୦ ଲକ୍ଷ ଟଙ୍କାର ୮ ଟ୍ରକ୍ ବାଣ ଜବତ କରାଯାଇଛି । ଏଥିସହ ବାଣ ତିଆରିରେ ବ୍ୟବହୃତ ବାରୁଦ ଓ ଅନ୍ୟ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି ।

Leave a Reply