ଗୁଳି ମାରି ଖସି ଯାଉଥିଲା, ଗୁଳି ଖାଇଲା

1 min read

ଆସିକା: ଦୀପାବଳି ରାତିରେ ସାରା ରାଜ୍ୟ ବାଣ ଫୁଟାଉଥିବା ବେଳେ ଗଞ୍ଜାମରେ ଗର୍ଜିଛି ବନ୍ଧୁକ । ଆସିକା ଥାନା ପୋଲିସ ଚାରିମାଇଲ ଛକରେ ଟିଙ୍ଗିରି ଦୋରାକୁ ଏନକାଉଣ୍ଟର କରିଛି । ଟିଙ୍ଗିରିର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଟିଙ୍ଗିରି ନିକଟରୁ ଗୋଟିଏ ମାଉଜର, ୨ଟି ଗୁଳି ଓ ବାଇକ୍ ଜବତ କରିଛି ।

ରବିବାର ରାତିରେ ଟିଙ୍ଗିରି ପାଣ୍ଡିଆପଥର ଗାଁର ଅନ୍ୟ ଜଣେ ଯୁବକଙ୍କୁ ଗୁଳି କରିଥିଲା । ଟିଙ୍ଗିରିର ଗୁଳିମାଡ଼ରେ ଗାଁର ବଳରାମ ସେଠୀ ଗୁରୁତର ଆହତ ହୋଇଥିଲେ । ତାଙ୍କ ପାଦରେ ଗୁଳି ବାଜିଥିବାରୁ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗୁଳିକାଣ୍ଡର କିଛି ସମୟ ପରେ ଆସିକା ଥାନା ପୋଲିସ ଅଭିଯୁକ୍ତ ଟିଙ୍ଗିରିକୁ ଏନକାଉଣ୍ଟର କରିଛି । ଏହି ଖବର ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ')}

Leave a Reply