ପୂର୍ବତନ ବକ୍ସର ଡିଙ୍ଗ୍କୋ ସିଂହଙ୍କ ଦେହାନ୍ତ
1 min readନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ବକ୍ସର ଡିଙ୍ଗ୍କୋ ସିଂହ । ୪୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୯୮ ବ୍ୟାଙ୍କକ୍ ଏସିଆନ ଗେମ୍ସରେ ଗୋଲଡ ମେଡାଲ ପାଇଥିଲେ ବକ୍ସର ଡିଙ୍ଗ୍କୋ ସିଂହ। ଲିଭର କ୍ୟାନସରରେ ପୀଡିତ ହୋଇ ତାଙ୍କର ଦେହାନ୍ତ ହୋଇଛି।
ସୂଚନା ଅନୁଯାୟୀ, ୨୦୧୭ରେ ସେ ଲିଭର କ୍ୟାନ୍ସରରେ ପୀଡିତ ହୋଇଥିଲେ । ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ୍ ସିଂ ଏହା ସ୍ପଷ୍ଟ କରିଛନ୍ତି । ଡିଙ୍ଗ୍କୋଙ୍କ ବିୟୋଗରେ ସେ ଦୁଃଖିତ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି। ଏହାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
I’m shocked and deeply saddened by the demise of Shri N Dingko Singh earlier in the morning today. A Padma Shri awardee, Dingko Singh was one of the most outstanding boxers Manipur has ever produced. My sincere condolences to the bereaved family. May his soul rest in peace. pic.twitter.com/oVLt9gZJaG
— N.Biren Singh (Modi Ka Parivar) (@NBirenSingh) June 10, 2021
ତେବେ ଗତବର୍ଷ ସେ କୋଭିଡ ପଜିଟିଭ ବି ଥିଲେ। ଚିକିତ୍ସା ପାଇଁ ଅର୍ଥ ଅଭାବରୁ ସେ ତାଙ୍କ ଘର ବିକ୍ରି କରିଦେଇଥିଲେ । ଏମିତିକି ଇମ୍ଫାଲରୁ ଦିଲ୍ଲୀକୁ ଏୟାରଲିଫ୍ଟ ହୋଇଥିଲେ ଡିଙ୍ଗ୍କୋ । ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି କିରଣ ରିଜିଜୁ ଓ ବିଜେନ୍ଦ୍ର ସିଂହ ।