spot_img

Latest Posts

ଏସିଆନ ଗେମ୍ସରେ ଭାରତକୁ ତୃତୀୟ ସ୍ବର୍ଣ୍ଣ ପଦକ

ନନ୍ଦିଘୋଷ ବ୍ୟୁରୋ: ଏସିଆନ ଗେମ୍ସରେ ଭାରତକୁ ଆଉ ଏକ ସଫଳତା । ତୃତୀୟ ସ୍ବଣ୍ଣ ପଦକ ଜିତିଲା ଭାରତ । ଅଶ୍ବ ଚାଳନରେ ସ୍ବର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିଛି । ତେବେ ୪୧ ବର୍ଷ ପରେ ଅଶ୍ବ ଚାଳନାରେ ଏହି କିର୍ତ୍ତୀମାନ ହାସଲ ହୋଇଛି । ସୁଦୀପ୍ତ ହାଜେଲା, ଦିବ୍ୟକ୍ରିତ ସିଂ, ହ୍ରିଦୟ ଛେଡା ଓ ଅନୁଶ ଅଗ୍ରୱାଲଙ୍କ ସାଫଲ୍ୟ । ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି, ଯେଉଁଥିରେ ସ୍ୱର୍ଣ୍ଣ ପଦକ ସଂଖ୍ୟା ୩, ସିଲଭର ୪ ଓ ବ୍ରୋଞ୍ଜ ୮ ରହିଛି ।

୧୯୮୨ ମସିହାରେ ଶେଷଥର ପାଇଁ ଭାରତ ଅଶ୍ବ ଚାଳନାରେ ସ୍ବର୍ଣ୍ଣ ପଦକ ଜିତିଥଲା । ଦିବ୍ୟକ୍ରିତ ସିଂ, ହ୍ରିଦୟ ଛେଡା ଏବଂ ଅନୁଶ ଅଗ୍ରୱାଲଙ୍କ (ଇଟ୍ରୋ) ମୋଟ ସ୍କୋର 209.205 ପ୍ରତିଶତ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସୁଦୀପ୍ତି ହାଜେଲା ମଧ୍ୟ ଦଳର ଏକ ଅଂଶ ଥିଲେ କିନ୍ତୁ କେବଳ ଶ୍ରେଷ୍ଠ ତିନି ଖେଳାଳିଙ୍କ ସ୍କୋର ଗଣନା କରାଯାଏ। ଚାଇନା ଦଳ 204.882 ପ୍ରତିଶତ ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ହଂକଂ 204.852 ପ୍ରତିଶତ ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଛି।

ଅନ୍ୟପଟେ 17 ବର୍ଷୀୟ ନେହା ଠାକୁର ଖେଳର ତୃତୀୟ ଦିନରେ ବାଳିକା ଡିଙ୍ଗି ILCA-4 ଇଭେଣ୍ଟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ | ପୁରୁଷ ୱିଣ୍ଡସର୍ଫର୍ ଆରଏସ ଏକ୍ସ ବର୍ଗରେ 52 ନଟ୍ ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି |

ପୂର୍ବରୁ ଭାରତ ଏୟାର ରାଇଫଲରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥଲା । ଭାରତ ଦୁଇ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଅଶ୍ବ ଚାଳନାରେ ସ୍ବର୍ଣ୍ଣ ପଦକ ଜିତିବା ସହ ଭାରତ ତୃତୀୟ ସ୍ବର୍ଣ୍ଣ ପଦକ ଜିତବାର ଗୌରବ ହାସଲ କରିଛି ।

Latest Posts

Don't Miss