ଆଜିଠୁ UAEରେ ଆରମ୍ଭ ଏସିଆ କପ, ରବିବାର ଭାରତ-ପାକିସ୍ତାନ ମ୍ୟାଚ୍

1 min read

ଆବୁଧାବି: ଆଜିଠୁ UAEରେ ଆରମ୍ଭ ହେଉଛି ଏସିଆ କପ । ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଟୁର୍ଣ୍ଣାମେଣ୍ଟ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ଓ ହଂକଂ ମଧ୍ୟରେ ଖେଳାଯିବ ୧୩ଟି ମ୍ୟାଚ । ଆଜି ଉଦଘାଟନୀ ମ୍ୟାଚରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହେବେ । ଆସନ୍ତାକାଲି ରହିଛି ହାଇଭୋଲଟେଜ୍ ଭାରତ-ପାକିସ୍ତାନ ମ୍ୟାଚ୍  । ବଡ଼ ବିଜୟ ସହିତ ଏସିଆ କପ୍ ଅଭିଯାନ ଆରମ୍ଭ କରିବାକୁ ଆଶା ରଖିଛି ଭାରତ ।

 

ଏଥିପାଇଁ ଜୋରଦାର ଅଭ୍ୟାସ କରୁଛି ଭାରତୀୟ ଟିମ  । ହାଇଭୋଲଟେଜ୍ ମୁକାବିଲା ପାଇଁ ଚୂଡାନ୍ତ ଏକାଦଶ ଚୟନ କରିବା ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିବ ବୋଲି ଚର୍ଚ୍ଚା ହେଉଛି  । କେଏଲ ରାହୁଲ ଆଇପିଏଲ ୨୦୨୨ ପରେ ପ୍ରଥମ ଥର ଟି-୨୦ ମୁକାବିଲା ଖେଳିବାକୁ ଯାଉଛନ୍ତି । ଅନ୍ୟପଟେ ବିରାଟ କୋହଲିଙ୍କୁ ଗତ ସିରିଜରେ ବିଶ୍ରାମ ଦିଆଯାଇଥିଲା । ଏବେ କୋହଲି ମଧ୍ୟ ଦଳକୁ ଫେରିଛନ୍ତି । ତେଣୁ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ନିଶ୍ଚିତ  ହେବ ।

 

ଗତବର୍ଷ ଟି-୨୦ ବିଶ୍ଵ କପରେ ପାକିସ୍ତାନ ହାତରୁ ମିଳିଥିବା ପରାଜୟକୁ ଭାରତ ଭୁଲି ନାହିଁ । ଭିଭିଏସ ଲକ୍ଷ୍ମଣ ଦଳ ହେଡ କୋଚ ଭାବେ ନିଯୁକ୍ତ ହୋଇଛନ୍ତି  । ରାହୁଲ ଦ୍ରାବିଡଙ୍କୁ କରୋନା ହୋଇଥିବାରୁ ଲକ୍ଷ୍ମଣଙ୍କୁ ସୁଯୋଗ ମିଳିଛି  । ସେପ୍ଟେମ୍ବର ୧୧ରେ ଖେଳାଯିବ ଗ୍ରାଣ୍ଡ ଫିନାଲେ ।