ଏସିଆ କପ୍ ଫାଇନାଲ୍: ଭାରତର ଘାତକ ବୋଲିଂରେ ଶ୍ରୀଲଙ୍କା ଧରାଶାୟୀ, ସିରାଜଙ୍କୁ ୬ ୱିକେଟ୍

କଲମ୍ବୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରବିବାର ଏସିଆକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରୁଛି । ତେବେ ଆରମ୍ଭରୁ ହିଁ ଶ୍ରୀଲଙ୍କାକୁ ବିପର୍ଯ୍ୟର ସାମ୍ନା କରିବାକୁ ପଡ଼ିଛି । ଶ୍ରୀଲଙ୍କା ୧୨.୩ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୪୦  ରନ୍ କରିଛି । କଲମ୍ବୋରେ ମିଆଁ ମ୍ୟାଜିକ ଚାଲିଛି । ମହମ୍ମଦ ସିରାଜଙ୍କ ଘାତକ ବୋଲିଂରେ ଶ୍ରୀଲଙ୍କା ବ୍ୟାଟର କ୍ରୀଜରେ ତିଷ୍ଠିପାରିନାହାନ୍ତି । ସିରାଜ ୬ଟି ଓ୍ବିକେଟ ନେଇଥିବାବେଳେ ବୁମରା ଓ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।  ଦୁଶନ ହେମନ୍ଥା ଏବଂ ପ୍ରମୋଦ ମଦୁଶନ କ୍ରୀଜରେ ଅଛନ୍ତି । ଦୁନିଥ ୱାଲ୍ଲାଲାଗେ ୮ ରନ୍ କରି ଆଉଟ୍ ହୋଇଛନ୍ତି । ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ କରିଛନ୍ତି । ଏହା ପୂର୍ବରୁ ମହମ୍ମଦ ସିରାଜ ପଥୁମ ନିସାଙ୍କା, ସଦୀରା ସମରବିକ୍ରମା, ଚରୁଥ ଅସାଲଙ୍କା, ଧନଞ୍ଜୟ ଡି ସିଲଭା, ଦସୁନ ଶନକା ଏବଂ କୁସଲ ମେଣ୍ଡିଂସଙ୍କୁ ଆଉଟ୍ କରିଥିଲେ । ସେହିପରି ଜସପ୍ରୀତ ବୁମରାହଙ୍କୁ ଗୋଟିଏ ସଫଳତା ମିଳିଛି । ପାୱାରପ୍ଲେ ରେ ଶ୍ରୀଲଙ୍କା ୧୦ ଓଭରରେ ୩୩ ରନରେ ୬ ୱିକେଟ୍ ହରାଇଥିଲା । ଏହି ଅବଧିରେ ସିରାଜ ୫ ଏବଂ ବୁମରାହ ଗୋଟିଏ ୱିକେଟ୍ ନେଇଥିଲେ । ସ୍ଥିତି ଏପରି ଥିଲା ଯେ ଦଳର କୌଣସି ବି ବ୍ୟାଟର ଡବଲ ଡିଜିଟ ଛୁଇଁ ପାରିନଥିଲେ ।