ଚାକିରିରୁ ନିଲମ୍ବିତ ହେଲେ ଏଏସଆଇ

ବୌଦ୍ଧ : ଚାକିରିରୁ ନିଲମ୍ବିତ ହେଲେ ଏଏସଆଇ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଡେଣିଗଡ଼ ଫାଣ୍ଡି ଏଏସଆଇ ସସ୍ମିତା ମଗର ଚାକିରିରୁ ନିଲମ୍ବିତ ।। ନିଲମ୍ବିତ କଲେ ବୌଦ୍ଧ ଏସପି ପ୍ରହଲ୍ଲାଦ ସହାଇମିନା । ଗତ ନଭେମ୍ବର ମାସ ୨୫ ତାରିଖରେ ବାଉଁଶୁଣି ଥାନାରୁ ଆଡେଣିଗଡ଼ ଫାଣ୍ଡିକୁ ବଦଳି ହୋଇଥିଲେ ସସ୍ମିତା ମଗର ।

ପୂର୍ବରୁ ସେ ମନମୁଣ୍ଡା ଥାନା ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟର ଅଭିଯୋଗକୁ ଭିତ୍ତି କରି ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ବିଭାଗ ପକ୍ଷରୁ ଦିଆଯାଇ ନଥିବା ବେଳେ ତଦନ୍ତ ଚାଲିଥିବା ବିଭାଗ ପକ୍ଷରୁ କୁହାଯାଇଛି ।