ଅପହୃତଙ୍କୁ ଉଦ୍ଧାର ବେଳେ ପୋଲିସ ଏଏସଆଇଙ୍କୁ ମରଣାନ୍ତକ ଆକ୍ରମଣ

ବୌଦ୍ଧ: ପୋଲିସ ଏଏସଆଇଙ୍କୁ ମରଣାନ୍ତକ ଆକ୍ରମଣ । ଅପହରଣକାରୀଙ୍କୁ ଉଦ୍ଧାର ବେଳେ ପୋଲିସ ଏଏସଆଇଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ପ୍ରଥମେ ସୋନପୁର ଓ ପରେ ବରଗଡ଼ ସ୍ଥାନାନ୍ତର । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାକୁ ୧୧୨କୁ କଲ କରି ଦପଲ୍ଲା ଗାଁରେ ଏକ ଅପହରଣ ହୋଇଥିବା ନେଇ ଖବର ମିଳିଥିଲା । ଘଟଣାର ତଦନ୍ତ ପାଇଁ ମନମୁଣ୍ଡା ଥାନା ପୋଲିସ ଏଏସଆଇ କୁମୁଦ ଭୋଇ ଦପଲ୍ଲାକୁ ଯାଇଥିଲେ ଓ ଦୁଇ ଗୋଷ୍ଠୀ ମଧ୍ୟରେ ଉକ୍ତ ଘଟଣାକୁ ବଚସା ହେଉଥିବା ବେଳେ ଏଏସଆଇ ଭୋଇ ତାଙ୍କୁ ବୁଝାଶୁଝା କରୁଥିଲେ ।

ଏହି ସମୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ ଆକ୍ରମଣକାରୀ । ମାଡ଼ମାରି ଫେରାର ହୋଇଥିଲେ ଆକ୍ରମଣକାରୀ । ଅନ୍ୟପଟେ ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ପରେ ବରଗଡ଼ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।