ଶ୍ରୀଲିଙ୍ଗରାଜ ମନ୍ଦିର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା: ସିଂହ ଦ୍ୱାରରେ ଲାଗିବ ରୁପା କବାଟ

ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛି ଏଏସ୍ଆଇ ଏବଂ ବିଏମ୍‌ସି ଟିମ୍ । ସମୀକ୍ଷା ପରେ ଗଣମାଧ୍ୟମକୁ ଦିଆଯାଇଥିବା ପ୍ରତିକ୍ରିୟାରେ ମନ୍ଦିରରୁ ସାମନ୍ୟ ପାଣି ଗଳୁଛି କିନ୍ତୁ ମନ୍ଦିର ପ୍ରତି କୌଣସି ବିପଦ ନଥିବା କୁହାଯାଇଛି । ଫୋନି ସମୟରେ ସିଂହଦ୍ଵାର କବାଟ ଭାଙ୍ଗିଥିଲା । ନୂଆ କବାଟ ନିର୍ମାଣ ଜୋରସୋରରେ ଚାଲିଛି  । ଶିବଙ୍କ ଶକ୍ତି ଉପରେ ସାମାନ୍ୟ ଅସୁବିଧା ଅଛି । ଟେକ୍ନିକାଲ ଟିମ୍ ସହ ଆଲୋଚନା ପରେ ମରାମତି ହେବ ।

ଭକ୍ତ ଏବଂ ସେବାୟତଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଏବେ ମନ୍ଦିର ସିଂହଦ୍ୱାର କାର୍ଯ୍ୟ ଚାଲିଛି । ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ । କିନ୍ତୁ ମରାମତି ଯୋଜନାକୁ ଅନୁମୋଦନ ମିଳିଛି, କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଏଏସଆଇ ଅଧିକ୍ଷକ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି । ଅପରପକ୍ଷରେ  ରୁପା କବାଟ ପାଇଁ ପ୍ରସ୍ତାବ ଦେଇଥିବା ଏବଂ ଏହାକୁ ନେଇ ସରକାର ଏବଂ ଏଏସ୍‌ଆଇଙ୍କ ପକ୍ଷରୁ ସମ୍ମତି ପ୍ରକାଶ ପାଇଥିବା ସେବାୟତଙ୍କ ପକ୍ଷରୁ କୁହାଯାଇଛି । ଏଥିସହିତ ନାଟ୍ୟ ମଣ୍ଡପ ଫାଟ, ଶିବଶକ୍ତିରେ ତାର ବାଡ଼ କାର୍ଯ୍ୟ ଓ ବିଭିନ୍ନ ମନ୍ଦିରର ପାଣି ଗଳୁଥିବା ସ୍ଥିତି ନେଇ ଆଲୋଚନା ହୋଇଥିବା କହିଛନ୍ତି ।

Leave a Reply