ଏୟାରପୋର୍ଟରେ ପେଟ୍ରୋଲିଂ କରୁଥିବା ASI ଅଜିତଙ୍କ ଆଖି ଆଗରେ ଦୁଇ ଖଣ୍ଡ ହୋଇଥିଲା ବିମାନ

1 min read

କୋଝିକୋଡ: ଦୁବାଇରୁ କୋଝିକୋଡ ଆସୁଥିବା ଏୟାର ଇଣ୍ଡିଆ ବିମାନ ସଂଖ୍ୟା IX-334 ଯେତେବେଳେ କାଲିକଟ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଲ୍ୟାଣ୍ଡ ହେବାକୁ ଯାଉଥିଲା ସେହି ସମୟରେ ଏଏସଆଇ ଅଜିତ ଏୟାରପୋର୍ଟରେ ଡ୍ୟୁଟିରେ ଥିଲେ । ଘଟଣା ଘଟିବା ବେଳେ ଏଏସଆଇ ଅଜିତ ଏୟାରପୋର୍ଟର ପେରିମିଟରରେ ପେଟ୍ରୋଲିଂ ପାର୍ଟିକୁ ଲିଡ୍ କରୁଥିଲେ ।

ରନୱେରେ ଏଏସଆଇ ଅଜିତ ଯାହା ଦେଖିଥିଲେ ତାହା ସେ ବିଶ୍ୱାସ କରିପାରିନଥିଲେ । ୧୮୪ ପ୍ୟାସେଞ୍ଜର ଏବଂ ୬ ଜଣ କ୍ରୁ ମେମ୍ବବରଙ୍କୁ ନେଇ ଆସୁଥିବା ଏୟାର ଇଣ୍ଡିଆ ବିମାନ ରନୱେରେ ଓହ୍ଲାଇଲା  କିନ୍ତୁ ରହିଲା ନାହିଁ । ବିମାନଟି ଟେବଲଟପ୍ ରନୱେକୁ ପାର କରି ଆଗକୁ ଗଲା ଏବଂ ଦୁଇ ଭାଗରେ ବିଭକ୍ତ ହୋଇଗଲା । ଏହି ଘଟଣାଟି ଏୟାରପୋର୍ଟର ଗେଟ ନମ୍ବର ୮ ପାଖରେ ଘଟିଥିଲା ।

ଏଏସଆଇ ଅଜିତ ଘଟଣାର ଗମ୍ଭୀରତାକୁ ବୁଝିପାରି ତୁରନ୍ତ କଣ୍ଟ୍ରୋଲ ରୁମ ଏବଂ ୟୁନିଟ ଲାଇନକୁ ସୂଚନା ଦେଇଥିଲେ । ସେପର୍ଯ୍ୟନ୍ତ ଏଟିସିକୁ ମଧ୍ୟ ଏହି ଘଟଣା ସଂପର୍କରେ ସୂଚନା ନଥିଲା । ସୂଚନା ମିଳିବା ପରେ ଆଖପାଖର ବ୍ୟାରକରେ ରହୁଥିବା କେନ୍ଦ୍ରିୟ ଔଦ୍ୟୋଗିକ ସୁରକ୍ଷା ବଳ (CISF) ର ୪୦ ଜଣ ଯବାନ, କ୍ୱିକ୍ ରିଆକସନ ଟିମର ପାର୍ଟି, କର୍ଡନ ଆଣ୍ଡ ସର୍ଚ ଅପରେସନ (CASO) ର ଟିମ୍ ୧୦ ମିନିଟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ । ସେଯାବତ ଏୟାର ଇଣ୍ଡିଆର ଫାୟାର ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିସାରିଥିଲା ।

ଏହି ଭୟଙ୍କର ଦୁର୍ଘଟଣା ବିଷୟରେ ଜାଣିବା ପରେ CISF ଯବାନ ମାନଙ୍କର ପରିବାର ସଦସ୍ୟ ମାନେ ମଧ୍ୟ ସେଠାରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ସାହାଯ୍ୟ କରିଥିଲେ । ସେମାନେ ବିମାନ ଭିତରେ ଫସି ରହିଥିବା ଅନେକ ଲୋକଙ୍କୁ ବାହାରକୁ ଆଣିଥିଲେ ଏବଂ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏହା ଭିତରେ CASO ସ୍ଥାନୀୟ ଏବଂ ରାଜ୍ୟ ପ୍ରଶାସନକୁ ମଧ୍ୟ ଘଟଣା ସଂପର୍କରେ ସୂଚନା ଦେଇଥିଲେ ।

ପାଖାପାଖି ୨୦ରୁ ୨୫ ମିନିୟ ପରେ ଅନ୍ୟ ଷ୍ଟାଫ ଏବଂ ସ୍ଥାନୀୟ ପୋଲିସ ମଧ୍ୟ ଉଦ୍ଧାରକାର୍ଯ୍ୟରେ ଲାଗିଯାଇଥିଲା । ପାଖାପାଖି ୧୦ଟା ୫ ମିନିଟରେ NDRF ର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ବିମାନର ଭଗ୍ନାବଶେଷରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଜଣାଇ ରଖୁଛୁ ଯେ, ଏହି ଦୁର୍ଘଟଣାରେ ପାଇଲଟ ଏବଂ କୋ- ପାଇଲଟଙ୍କ ସମେତ ୧୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

Leave a Reply