ଦ୍ୱିତୀୟ ଇନିଂସରେ ଅଶ୍ୱିନୀଙ୍କ ଦମ୍‌ଦାର ରେକର୍ଡ; ୧୪ ଚୌକା, ଗୋଟିଏ ଛକା ସହ କ୍ୟାରିୟରର ପଞ୍ଚମ ଶତକ

Ravi-Ashwin-and-Virat-Kohli

ଚେନ୍ନାଇ: ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନୀଙ୍କ ଚମତ୍କାର ପ୍ରଦର୍ଶନ । ପ୍ରଥମ ଟେଷ୍ଟରେ ଭାରତୀୟ ଟିମ୍‌ର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଜବରଦସ୍ତ କମ୍‌ବ୍ୟାକ୍‌ କରିଛି । ଦ୍ୱିତୀୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଆସିଥିବା ଭାରତୀୟ ଦଳ ୧୦ ଓ୍ୱିକେଟ୍‌ ହଜରାଇ ୩୨୯ ରନ୍‌ କରିଥିଲା । ଏଥିରେ ରୋହିତ ଶର୍ମା ଧୁଆଁଧାର ଶତକ କରି ଦଳକୁ ମଜଭୁତ ସ୍ଥିତିକୁ ଆଣିଥିଲେ । ରୋହିତ ଶର୍ମା ଏକାକି ୨୩୧ ବଲ୍‌ ଖେଳି ସର୍ବାଧିକ ୧୬୧ ରନ୍‌ କରିଥିଲେ । ଦ୍ୱିତୀୟ ସର୍ବାଧିକ ରାହାଣେ ୬୭, ପନ୍ତ ୫୮, ପୂଜାରା ୨୧, ଅଶ୍ୱିନୀ ୧୩ ଓ ସିରାଜ ୪ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ । ପ୍ରଥମ ଇନିଂସରେ ଭାରତର ୪ ଜଣ ବ୍ୟାଟ୍‌ସ ମ୍ୟାନ୍‌ ବିନା କୌଣସି ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ ।

ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବା ସହ ବୋଲିଂରେ ମଧ୍ୟ ଦମ୍‌ଦାର ପ୍ରଦର୍ଶନ କରିଥିଲା ଟିମ୍‌ । ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀ ଗୁରୁତ୍ୱପୂର୍ଣ୍ଣ ୫ଟି ଓ୍ୱିକେଟ୍‌ ନେଇ ଦଳକୁ ଭଲ ସ୍ଥିତିକୁ ଆଣିଥିଲେ । ଇଶାନ୍ତ ଶର୍ମା ଓ ଅକ୍ସର ପଟେଲଙ୍କୁ ଦୁଇଟି ଲେଖାଏଁ ଓ୍ୱିକେଟ୍‌ ମିଳିଥିଲା । ଇଂଲଣ୍ଡକୁ ମୋଟ୍‌ ୧୩୪ ରନ୍‌ରେ ସୀମିତ ରହିଥିଲା ।

Ravi-Ashwin-and-Virat-Kohli

ତେବେ ସବୁଠାରୁ ବଡ଼ କଥା ହେଲା ଅଶ୍ୱିନୀ ପ୍ରଥମ ଇନିଂସରେ ଚମତ୍କାର ବୋଲିଂ କରିବା ସହ ଦ୍ୱିତୀୟ ଇନିଂସରେ ଧୁଆଁଧାର ବ୍ୟାଟିଂ କରିଛନ୍ତି । ଅଶ୍ୱିନୀ ଘରୋଇ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ୧୪୮ ବଲ୍‌ରେ୧୪ଟି ଚୌକା ମାରିବା ସହ ଓ ଗୋଟିଏ ଛକା ସହାୟତାରେ ୧୦୬ ରନ୍ ସଂଗ୍ରହ କରିଛନ୍ତି । ଏହା ଅଶ୍ୱିନୀଙ୍କ କ୍ୟାରିୟରର ପଞ୍ଚମ ଶତକ । ଯେଉଁ ମଇଦାନରେ ଇଂଲଣ୍ଡ ଟିମ୍‌ ୧୩୪ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା ଠିକ୍‌ ସେହି ମଇଦାନରେ ଅଶ୍ୱିନୀ ଦିନିକିଆ ଅନ୍ଦାଜରେ ଖେଳ ଆରମ୍ଭ କରି ଶତକ ହାସଲ କରିଛନ୍ତି ।

ଅଶ୍ୱିନୀ ଶତକ ହାସଲ କରିବା ବେଳେ ଅନେକ ସୁନ୍ଦର ସୁଇପ୍‌ ସଟ୍‌ ଖେଳିଛନ୍ତି । ଏନେଇ ସେ କହିଛନ୍ତି ଯେ, ଶେଷଥର ପାଇଁ ସେ ୧୯ ବର୍ଷ ବୟସର ଥିବା ବେଳେ ସୁଇପ୍‌ ସଟ୍‌ ଖେଳିଥିଲେ । କିନ୍ତୁ ସେଥିରେ ସେ ସଫଳ ହୋଇନଥିଲେ । ତାଙ୍କୁ ଟିମ୍‌ରୁ ବାହାରେ ରହିବାକୁ ପଡ଼ିଥିଲା । ଏଥର ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଖେଳିଥିଲି । ପ୍ରଥମ ଟେଷ୍ଟ ପରେ ପିଚ୍‌କୁ ମୁଁ ଭଲ ଭାବରେ ଚିହ୍ନିସାରିଥିଲି । ସୁଇପ୍‌ ସର୍ଟକୁ ସେ ଖେଳିବାକୁ ଚାହୁଥିଲେ । ତେଣୁ ନିୟମିତ ଭାବେ ସେ ବିକ୍ରମ ରାଠୋଡ଼ଙ୍କ ସହ ଅଭ୍ୟାସ କରୁଥିଲେ । ଏଥିରେ ବିକ୍ରମ ରାଠୋଡ ତାଙ୍କୁ ଅନେକ ସହଯୋଗ କରିଛନ୍ତି । ଗେମ୍‌ ପ୍ଲାନ୍‌ ଅନୁସାରେ ବ୍ୟାଟିଂ କରିବା ନେଇ ସେ ତାଙ୍କଠାରୁ ଅନେକ କିଛି ସହଯୋଗ ପାଇଛନ୍ତି ।

Leave a Reply