ନାଗପୁର ଟେଷ୍ଟରେ ଭାରତର ଇନିଂସ ବିଜୟ, ଅଷ୍ଟ୍ରେଲିଆକୁ ଏକ ଇନିଂସ ଓ ୧୩୨ ରନରେ ହରାଇଲା ଟିମ୍ ଇଣ୍ଡିଆ

1 min read

ନାଗପୁର: ନାଗପୁର ଟେଷ୍ଟ ଜିତିଲା ଭାରତ । ନାଗପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବାଜି ମାରିଛି ଭାରତ । ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ରବିଚନ୍ଦ୍ରନ ଅଶ୍ୱିନୀ ଓ ରବିନ୍ଦ୍ର ଜାଡେଜାଙ୍କ ଦମଦାର ବୋଲିଂ ବଳରେ ଜିତିଲା ଭାରତ । ଏହି ବିଜୟ ସହ ବର୍ଡର-ଗାଭାସ୍କର ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

ସୂଚନା ଅନୁସାରେ ନାଗପୁରରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ । କିନ୍ତୁ ଭାରତୀୟ ଦଳର ଦୁଇ ସ୍ପିନର ଅଶ୍ୱିନୀ ଓ ଜାଡେଜାଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ । ପ୍ରଥମ ଇନିଂସରେ ମାତ୍ର ୧୭୭ ରନ କରି ଅଲଆଉଟ ହୋଇଥିଲା ଭାରତ । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ଜାଡେଜା ୫ ଓ୍ୱିକେଟ ନେଇଥିବାବେଳେ ଅଶ୍ୱିନୀ ୩ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଅଷ୍ଟ୍ରେଲିଆକୁ ୧୭୭ ରନରେ ଅଲଆଉଟ କରିବା ପରେ ଭାରତ ରୋହିତ ଶର୍ମାଙ୍କ ଦମଦାର ଶତକ, ଜାଡେଜା ଓ ଅକ୍ଷର ପଟେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଫଳରେ ୪୦୦ ରନ କରିବାରେ ସଫଳ ହୋଇଥିଲା । ଯାହା ଫଳରେ ଭାରତ ଅଷ୍ଟ୍ରେଲିଆଠାରୁ ୨୨୩ ରନରେ ଆଗୁଆ ରହିଥିଲା ।

ତେବେ ପ୍ରଥମ ଇନିଂସରେ କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କ ପାଇଁ ଜାଡେଜା ଘାତକ ସାଜିଥିବାବେଳେ ଦ୍ୱିତୀୟ ଇନିଂସରେ ଘାତକ ସାଜିଥିଲେ ଅଶ୍ୱିନୀ । ଅଶ୍ୱିନୀଙ୍କ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲା ଅଷ୍ଟ୍ରେଲିଆ । ମାତ୍ର ୯୧ ରନରେ ଅଲଆଉଟ ହୋଇଥିଲା ଅଷ୍ଟ୍ରେଲିଆ । ଯାହା ଫଳରେ ଭାରତ ଏହି ମ୍ୟାଚକୁ ଗୋଟିଏ ଇନିଂସ ଓ ୧୩୨ ରନରେ ବିଜୟ ଲାଭ କରିଛି ।