ଅପରେସନ ସିନ୍ଦୂରକୁ ନେଇ କମେଣ୍ଟ ଦେବା ପଡ଼ିଲା ଭାରି, ପ୍ରଫେସରଙ୍କୁ ୧୪ ଦିନ ଜେଲ୍

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂରକୁ ନେଇ କମ୍ପେଣ୍ଟ ଦେବା ଆଶୋକ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପ୍ରମୁଖ ପ୍ରଫେସର ଅଲି ଖାନ ମହମ୍ମୁଦାବାଦଙ୍କୁ ପଡ଼ିଲା ଭାରି । ସୋସିଆଲ ମିଡ଼ିଆରେ କରିଥିବା ପୋଷ୍ଟ ପାଇଁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ହରିୟାଣା ପୋଲିସ ଆଲି ଖାନଙ୍କୁ ପଚରାଉଚରା ପାଇଁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ସୋନିପତ କୋର୍ଟ ପୋଲିସର ଆବେଦନକୁ ଗ୍ରହଣ କରି ନଥିବା ବେଳେ ଆଲି ଖାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
ଅଲି ଖାନ କରିଥିବା ପୋଷ୍ଟକୁ ଭାରତୀୟ ସେନା ବିରୋଧୀ ବୋଲି ବିଚାର କରାଯାଉଛି । ବିଶେଷ କରି ସେନାର ମହିଳା ଅଧିକାରୀ କର୍ଣ୍ଣଲ ସୋଫିଆ କ୍ୟୁରେସୀ ଏବଂ ଓ୍ବିଙ୍ଗ କମାଣ୍ଡର ବ୍ୟୋମିକା ସିଂଙ୍କ ପ୍ରତି ଅପମାନ ବୋଲି କୁହାଯାଇଛି । ଏହି ଦୁଇ ମହିଳା ଅଫିସର ଅପରେସନ ସିନ୍ଦୂରର ମିଡିଆ ବ୍ରିଫିଙ୍ଗ କରିଥିଲେ ।
ପ୍ରଫେସର ଖାନଙ୍କ ଉପରେ ଅଭିଯୋଗ ଲାଗିଛି, ସେ ସୋସିଆଲ ମିଡ଼ିଆରେ ଏମିତି ଉଲ୍ଲେଖ କରିଛନ୍ତି, ଯାହା ସେନାର ଗାରିବାକୁ ନଷ୍ଟ କରୁଛି । ଏହାସହ ସେନାରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ଅପମାନିତ କରୁଛି । ମାମଲାର ତଦନ୍ତ ଚାଲିଛି । ସତ ପଦାକୁ ଆସିବା ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।